ମଲାଇକା-ଅର୍ଜୁନଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ଅରବାଜ

ଅଭିନେତା ଅରବାଜ୍‌ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ମଲାଇକା ଆରୋରା ଏବେ ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଡେଟ୍‌ କରୁଛନ୍ତି। ଉଭୟ ଚଳିତବର୍ଷ ଏପ୍ରିଲରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ବିବାହକୁ ନେଇ ମଲାଇକାଙ୍କ ପୂର୍ବତନ ସ୍ବାମୀ ଅରବାଜ୍‌ ଏକ ମଜାଦାର ଉତ୍ତର ଦେଇଛନ୍ତି। ଏକ ସାକ୍ଷାତକାର ସମୟରେ ଅର୍ଜୁନ-ମଲାଇକାଙ୍କ ବିବାହକୁ ନେଇ ଅରବାଜଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତରରେ ସେ କହିଥିଲେ, ତୁମେ ବହୁତ ବୁଦ୍ଧିମାନ ପ୍ରଶ୍ନ ପଚାରିଛ। ତୁମେ ନିଶ୍ଚୟ ଏହି ପ୍ରଶ୍ନ ପାଇଁ ବହୁତ ପରିଶ୍ରମ କରିଥିବ, ତୁମେ ରାତିସାରା ଏହା ଉପରେ ଭାବିଥିବ। ମୁଁ ତୁମର ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁଛି, କିନ୍ତୁ ତୁମେ ଭାବିବାକୁ ଏତେ ସମୟ ନେଇଛ ତେଣୁ ମୋତେ ମଧ୍ୟ କିଛି ସମୟ ଦିଅ। ମୁଁ କାଲି କହିବି।
ଅରବାଜ ଖାନ ଏବଂ ମଲାଇକା ୧୯୯୮ ମସିହାରେ ବିବାହ କରିଥିଲେ। ଦୀର୍ଘ ୧୯ ବର୍ଷ ପରେ ୨୦୧୭ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିଲେ। ଛାଡପତ୍ର ପରେ ଉଭୟ ନିଜ ଜୀବନରେ ଆଗକୁ ବଢିଥିଲେ। ପ୍ରସିଦ୍ଧ ମଡେଲ ତଥା ଅଭିନେତ୍ରୀ ଜର୍ଜିଆ ଆଣ୍ଡ୍ରିଆନିଙ୍କ ସହ ଅରବାଜ ଡେଟ୍‌ କରୁଥିବାବେଳେ ମଲାଇକା ମଧ୍ୟ ଅର୍ଜୁନଙ୍କ ପ୍ରେମରେ ପଡିଛନ୍ତି। ଦୁହେଁ ପ୍ରାୟତଃ ଏକାଠି ନଜର ଆସିଥାନ୍ତି ।

Share