Categories: ଖେଳ

ଆର୍‌ବି ଚେସ୍‌: ଆଦ୍ୟା ଅଦ୍ଭିତ ଚାମ୍ପିୟନ

ଭୁବନେଶ୍ୱର, ୧୦।୭ (ତପନ ସ୍ବାଇଁ): ପୋଖରୀପୁଟସ୍ଥିତ ଆର୍‌ବି ଚେସ୍‌ ସେଣ୍ଟର୍‌ ଆନୁକୁଲ୍ୟରେ ଅନୁଷ୍ଠିତ ପ୍ରଥମ ଚେସ୍‌ ଚାମ୍ପିଅନଶିପ୍‌ରେ ଆଦ୍ୟା ଅଦ୍ଭିତ ଦାସ ଚାମ୍ପିୟନ ହୋଇଛନ୍ତି। ସତ୍ୟ ସ୍ବରୂପ ତ୍ରିପାଠୀ ରନର୍ସଅପ୍‌ ଏବଂ ସାଇ ସ୍ବାଗତ ପରିଜା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଇହାନ ଚୌଧୁରୀ, କନିଥି ବେଦାନ୍ତ ସାଇ, ଅର୍ଦ୍ଧେନ୍ଦୁ ପଣ୍ଡା, ପ୍ରତୀକ୍ଷା ଦାସ, ପ୍ରୀୟାଂଶୁ ଦାଶ, ଓମ୍‌ ଅର୍ପଣ ନାୟକ ଏବଂ ଅଂଶୁମାନ ବେହେରା ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ମୁଖ୍ୟ ଅତିଥିଭାବେ ଉମେଶ ଚନ୍ଦ୍ର ପଣ୍ଡା, ନିର୍ଦ୍ଦେଶକ ଏବଂ ପ୍ରତିଷ୍ଠାତା ପି. ବି. ସାମନ୍ତସିଂହ, ମୁଖ୍ୟ ପ୍ରଶିକ୍ଷକ ଦେବୀ ପ୍ରସାଦ ବିଶ୍ୱାଳ ଏବଂ ବୈଜ୍ଞାନିକ ପ୍ରଭାସ ରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

Share