ହାଜିରାଠାରେ ବିଶ୍ୱର ସର୍ବୋଚ୍ଚ ଇସ୍ପାତ କାରଖାନା କରିବ ଆର୍ସେଲର ମିତ୍ତଲ

ନୂଆଦିଲ୍ଲୀ,୧୧।୧(ଅଭୟ ଦାଶ): ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଆର୍ସେଲର ମିତ୍ତଲ ଗୁଜରାଟର ହାଜିରାଠାରେ ବିଶ୍ୱର ସର୍ବୋଚ୍ଚ ଇସ୍ପାତ କାରଖାନା (ବିଶ୍ୱର ଏକକ ବୃହତମ ଇସ୍ପାତ ଉତ୍ପାଦନ କାରଖାନା) ନିର୍ମାଣ କରିବ ବୋଲି ୧୦ମ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ-୨୦୨୪ରେ ଆର୍ସେଲେର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ମିତ୍ତଲ ଘୋଷଣା କରିଛନ୍ତି। ଏହା ସହିତ ଇସ୍ପାତ ଏବଂ ଖଣି କମ୍ପାନୀ ଆର୍ସେଲର ମିତ୍ତଲ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛି। ଏପରିକି କମ୍ପାନୀ ତା’ର ହାଜିରା ପ୍ରକଳ୍ପ କ୍ଷେତ୍ରର ସମ୍ପ୍ରସାରଣରେ ନିୟୋଜିତ ରହିଛିି। ୨୦୨୯ ଶେଷ ସୁଦ୍ଧା ବାର୍ଷିକ ୨୪ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏକ ଅଦ୍ୱିତୀୟ କ୍ଷମତା ସହିତ ଏହା ଉପଲବ୍ଧ ହେବ, ଯାହାକି ଆର୍ସେଲର ମିତ୍ତଲ ସ୍ଥିତିକୁ ବିଶ୍ୱବ୍ୟାପୀ ଏକ ବୃହତ୍‌ ଏକକ ଇଣ୍ଟ୍ରିଗ୍ରେଟେଡ୍‌ ଷ୍ଟିଲ୍‌ ପ୍ଲାଣ୍ଟ ଭାବେ ଦୃଶ୍ୟପଟ ହେବ। ଅପରପକ୍ଷରେ ଆତ୍ମନିର୍ଭର ଭାରତ ଯାତ୍ରାରେ ଉଲ୍ଲେଖନୀୟ ଅବଦାନ ପାଇଁ କମ୍ପାନୀର ପ୍ରତିବଦ୍ଧତାର ଏକ ଅଂଶ ଭାବେ ଏହି ଘୋଷଣା କରାଯାଇଛି।
ଏ ସମ୍ପର୍କରେ ଆର୍ସେଲର ମିତ୍ତଲର ଚେୟାରମ୍ୟାନ ଲକ୍ଷ୍ମୀ ମିତ୍ତଲ କହିଛନ୍ତି, ଆତ୍ମନିର୍ଭରଶୀଳତା ଦିଗରେ ଯେକୌଣସି ଦେଶର ଯାତ୍ରା ପାଇଁ ଇସ୍ପାତ ହେଉଛି ଅନ୍ୟତମ ପ୍ରମୁଖ ଯୋଗଦାନକାରୀ ଉପାଦାନ। ଆମତ୍ନିର୍ଭର ଭାରତରେ ଷ୍ଟିଲର ଯୋଗଦାନ ଯଥା ଭିତ୍ତିଭୂମି, ସହରୀକରଣ, ନବୀକରଣ ଯୋଗ୍ୟ, ଅଟୋମୋବାଇଲ୍‌ ସହିତ ବୈଦ୍ୟୁତିକ ଯାନ, ପ୍ରତିରକ୍ଷା ଏବଂ ରେଳବାଇ ଭଳି ବିଭିନ୍ନ ପ୍ରୟୋଗକୁ ସମର୍ଥନ କରିଥାଏ। ଏପରିକି ସର୍ବଭାରତୀୟ ବୈଷୟିକ ଜ୍ଞାନକୌଶଳରେ ସର୍ବୋତ୍ତମ ଉନ୍ନତି ଆଣିବା ଦ୍ୱାରା ଆମେ ଗୁଣାତ୍ମକ ଉତ୍ପାଦଗୁଡିକ ବିକାଶ କରୁଛୁ, ଯାହା ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକରେ ଇସ୍ପାତ ଗ୍ରାହକଙ୍କୁ ଷ୍ଟାର୍ଟଅପ୍‌ ପ୍ରତିଯୋଗିତାରେ ସାହାଯ୍ୟ କରିବ।
ସେ ଆହୁରି ମଧ୍ୟ କହିଛନ୍ତି, ୪ ବର୍ଷ ପୂର୍ବେ ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ୍‌ ଇଣ୍ଡିଆକୁ ଗୁଜରାଟ ସ୍ବାଗତ କରିଥିଲା ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଆମେ ୨୦୨୯ ସୁଦ୍ଧା ସମଗ୍ର ହାଜିରା ସାଇଟ୍‌କୁ ସମ୍ପୂର୍ଣ୍ଣ କରିବାକୁ ଆତ୍ମବିଶ୍ୱାସୀ ଅଛୁ। ଆମର ପ୍ରତିବଦ୍ଧତା ଇସ୍ପାତଠାରୁ ବିସ୍ତାରିତ,ଉଦୀୟମାନରେ ବିନିଯୋଗ ସହିତ ଅକ୍ଷୟ ଶକ୍ତି ଏବଂ ସବୁଜ ହାଇଡ୍ରୋଜେନ ପରି କ୍ଷେତ୍ରଗୁଡିକ ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି। ଭାରତର ଇସ୍ପାତ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ଏବଂ ଦେଶର ଆର୍ଥତ୍କ ଅଭିବୃଦ୍ଧିକୁ ସମର୍ଥନ କରିବା ଦିଗରେ ଏହି ଘୋଷଣା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର ବିଜୟ ଧାରା ଜାରି

ବେଙ୍ଗାଲୁରୁ,୧୦ା୪: ବୋଲରଙ୍କ ମାପଚୁପ ବୋଲିଂ ଏବଂ ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ...

ମେ ୧୮ରୁ କଳିଙ୍ଗ ବ୍ଲାକ୍‌ ଟାଇଗର୍ସର ଅଭ୍ୟାସ

ଭୁବନେଶ୍ୱର, ୧୦।୪(ତପନ ସ୍ବାଇଁ): ରଗ୍‌ବୀ ଇଣ୍ଡିଆ ଓ ଜିଏମ୍‌ଆର୍‌ର ମିଳିତ ଆନୁକୂଲ୍ୟରେ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌) ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସ(ମୁମ୍ବାଇ ଫୁଟ୍‌ବଲ ଆରେନା)ରେ ଆସନ୍ତା...

ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ନିରାକାରପୁର,୧୦।୪(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ନିକଟ କୁଆଁରୀ ଜଙ୍ଗଲରୁ ଜଣେ ଯୁବକଙ୍କ...

କାଳ ବୈଶାଖୀର ତାଣ୍ଡବ, ବର୍ଷା-ଘଡ଼ଘଡ଼ିରେ ୩୦ରୁ ଊର୍ଦ୍ଧ୍ୱ ଲୋକାଙ୍କ ମୃତ୍ୟୁ

ପାଟନା,୧୦।୪: ବିହାରର ନାଳନ୍ଦା, ସିୱାନ, ଭୋଜପୁର, ଗୋପାଳଗଞ୍ଜ, ବେଗୁସରାଇ, ସରନ, ଗୟା, ଜେହାନାବାଦ ଏବଂ ଅରୱାଲରେ ଗୁରୁବାର ଅବରାହ୍ନରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ...

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ଜଙ୍ଗଲରେ ନିଆଁ ଲିଭାଇଲା ବେଳେ ପୋଡ଼ି ଯାଇଥିଲେ କର୍ମଚାରୀ: ଆନ୍ଦୋଳନ ପରେ ମିଳିଲା ୧୦ ଲକ୍ଷ କ୍ଷତିପୂରଣ

କୁଆଁରମୁଣ୍ଡା,୧୦ା୪(ମହେନ୍ଦ୍ର କୁମାର ସାହୁ): ଇସ୍ପାତ ଜେନେରାଲ ହସ୍ପିଟାଲରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଠିକା ବନ କର୍ମଚାରୀ ସମରା ଓରାମ(୩୮)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ମୃତକଙ୍କ ଗ୍ରାମ...

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ

ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ...

ରାଜ୍ୟ ରାଜପଥରେ ହାତୀ ଉପଦ୍ରବ

ଜି.ଉଦୟଗିରି,୧୦।୪,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ୟ ରାଜପଥ ନିକଟ ରାଇପଦାଠାରେ ଗୁରୁବାର ସା ୮ ଘଣ୍ଟିକା ଠାରୁ ହାତୀପଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image