Categories: ଜାତୀୟ

କୁତବ ମିନାରରେ ହେବ ପ୍ରତ୍ନତତ୍ତ୍ୱ ବିଭାଗର ଖନନ…

ନୂଆଦିଲ୍ଲୀ, ୨୨।୫ : ଦିଲ୍ଲୀର ସାକେତ କୋର୍ଟରେ କେନ୍ଦ୍ରୀୟ ସାଂସ୍କୃତିକ ମନ୍ତ୍ରଣାଳୟ କୁତବ ମିନାର ପରିସରରେ ଖନନ କରିବାକୁ ପ୍ରତ୍ନତତ୍ତ୍ୱ ବିଭାଗକୁ କହିଛି। ମନ୍ତ୍ରଣାଳୟ ମଧ୍ୟ ଏହାର ରିପୋର୍ଟ ମାଗିଛି। କୁତବ ମିନାରର ଦକ୍ଷିଣରେ ମସଜିଦ୍‌ ଠାରୁ ୧୫ ମିଟର ଦୂରରେ ଖନନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ମେ ୨୪ ରେ କୋର୍ଟରେ ଏହାର ଶୁଣାଣି ହେବ।

ୟୁନାଇଟେଡ ଫ୍ରଣ୍ଟ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ କୁୱାତ-ଉଲ-ଇସଲାମ ମସଜିଦ୨୭ ଟି ହିନ୍ଦୁ ଏବଂ ଜୈନ ମନ୍ଦିରକୁ ଭାଙ୍ଗି ନିର୍ମାଣ କରାଯାଇଛି। ଏପରି ପରିସ୍ଥିତିରେ ସେଠାରେ ମୂର୍ତ୍ତିଗୁଡ଼ିକୁ ପୁନର୍ବାର ସ୍ଥାପନ କରାଯିବା ଉଚିତ ଏବଂ ପୂଜାପାଠକୁ ଅନୁମତି ଦିଆଯିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

Share