Categories: ଜାତୀୟ

ପ୍ରତ୍ନତତ୍ତ୍ୱବିତ୍‌ ବି.ବି. ଲାଲ୍‌ଙ୍କ ପରଲୋକ

ନୂଆଦିଲ୍ଲୀ,୧୧ା୯: ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍‌ ବି.ବି. ଲାଲ୍‌ଙ୍କର ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୧୦୧ ବର୍ଷ ହୋଇଥିଲା। ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ପୂର୍ବତନ ମହାନିର୍ଦ୍ଦେଶକ ଲାଲ୍‌ ଅଯୋଧ୍ୟା ଖନନ ବେଳେ ମନ୍ଦିର ଭଳି ସ୍ତମ୍ଭସବୁ ପାଇଥିଲେ। ଏଏସ୍‌ଆଇର ସର୍ବକନିଷ୍ଠ ଡିଜି ଭାବେ ସେ ୧୯୬୮ରୁ ୧୯୭୨ କାର୍ଯ୍ୟ କରିଥିଲେ। ଆମର ଗୌରବମୟ ଅତୀତ ସହ ସଂଯୋଗ ସ୍ଥାପନ କରିବାରେ ଲାଲ୍‌ଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ତାଙ୍କର କାର୍ଯ୍ୟ ସବୁଦିନ ମନେ ରହିବ ଓ ନୂଆ ପିଢ଼ିଙ୍କୁ ଅନୁପ୍ରାଣିତ କରିବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଛନ୍ତି।

Share