ପୁଣି ଫେରୁଛନ୍ତି ଅର୍ଚ୍ଚନା

ବମ୍ବେ: ବିଦା ହେବା ପରେ ପୁଣି ଫେରୁଛନ୍ତି ଅର୍ଚ୍ଚନା ଗୌତମ। ଶାରୀରିକ ହିଂସାକୁ ନେଇ କିଛି ଦିନ ତଳେ ସେ ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌ରୁ ବାହାର ହୋଇଥିଲେ। ହେଲେ ତାଙ୍କ ପ୍ରଶଂସକ ଏହାକୁ ସହଜରେ ଗ୍ରହଣ କରି ନ ଥିଲେ। ସେମାନେ ସୋସିଆଲ ମିଡିଆରେ ଅର୍ଚ୍ଚନାଙ୍କ ଲାଗି ଟ୍ରେଣ୍ଡ କରିଥିଲେ। ଏଥିଲାଗୁ ପୁଣିଥରେ ଅର୍ଚ୍ଚନା ଶୋ’କୁ ଫେରୁଛନ୍ତି। ଶୁଟିଂସେଟ୍‌ର ଏକ ଫଟୋ ଭାଇରାଲ ହେବା ପରେ ଏହା ସ୍ପଷ୍ଟ ହୋଇଛି। ଅର୍ଚ୍ଚନା-ସଲମାନଙ୍କ ସହ କଥା ହେଉଥିବା ଦେଖାଯାଇଛି। ଏହାକୁ ନେଇ ପ୍ରଶଂସକମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

Share