ଅର୍ଚ୍ଚନା ନାଗ ମାମଲା: ଇଡିକୁ ରିପୋର୍ଟ ମାଗିଲା ଏସ୍‌ଆଇଟି

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଲେଡି ବ୍ଲାକମେକର ଅର୍ଚ୍ଚନା ନାଗଙ୍କ ପାଇଁ ଅଢୁଆ ବଢିବାରେ ଲାଗିଛି। ବେଆଇନ ଅର୍ଥ କାରବାର ମାମଲାରେ ଇଡି ତଦନ୍ତ କରୁଥିବା ବେଳେ ଏସ୍‌ଆଇଟି ମାମଲାର ରିପୋର୍ଟ ମାଗିଛି। ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏସ୍‌ଆଇଟି ବୈଠକ ବସିବ। ଉକ୍ତ ବୈଠକରେ ଅର୍ଚ୍ଚନାଙ୍କ ବେଆଇନ ଅର୍ଥ କାରବାର ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ, ଶୁକ୍ରବାର ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଇଡି ଗିରଫ କରିଛି।

Share