ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ବୁଧବାର ମାମଲା ରୁଜୁ କରିଛି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଘଟଣାର ମୁଖ୍ୟ କୁହାଯାଉଥିବା ଅର୍ଚ୍ଚନା ନାଗ, ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ସାହୁ ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ଇଡି ମାମଲା ରୁଜୁ କରିଛି। ଏଥିସହିତ ଅର୍ଚ୍ଚନାଙ୍କ ବ୍ୟାଙ୍କ ଷ୍ଟେଟ୍ମେଣ୍ଟର ଖୋଳତାଡ଼ ଆରମ୍ଭ କରିଛି ଇଡି। ଅର୍ଚ୍ଚନା ଲିଙ୍କ୍ରେ ସଂପୃକ୍ତ ଥିବା ଲୋକଙ୍କୁ ମଧ୍ୟ ଇଡି ନୋଟିସ କରିବ।