ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ୍‌ : ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୪।୧୧ (ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଖୁବ୍‌ଶୀଘ୍ର ଝାରପଡ଼ା ଜେଲରୁ ମୁକୁଳିବେ। ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳିଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ହୋଇଥିବା ବେଆଇନ ଅର୍ଥ କାରବାର ମାମଲାରେ ସୋମବାର ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କାର ଦୁଇଟି ଜାମିନଦାର ବଦଳରେ ଅର୍ଚ୍ଚନା ଜେଲରୁ ବାହାରିବେ। ଅର୍ଚ୍ଚନାଙ୍କ ପକ୍ଷରୁ ହୋଇଥିବା ବେଲ୍‌ ପିଟିଶନ୍‌ର ପରିଚାଳନା ଆଇନଜୀବୀ ଜୟଦୀପ ପାଲ କରୁଥିବାବେଳେ ବିଚାରପତି ଗୌରୀଶଙ୍କର ଶତପଥୀ ଏହାର ଶୁଣାଣି କରିଛନ୍ତି। ତେବେ ଅର୍ଚ୍ଚନାଙ୍କ ପାଇଁ ହାଇକୋର୍ଟ କେତେକ ସର୍ତ୍ତ ରଖିଛନ୍ତି। ଅର୍ଚ୍ଚନା ତଦନ୍ତରେ ସହଯୋଗ କରିବେ, ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ, ଇଡି ଅଧିକାରୀଙ୍କୁ ମୋବାଇଲ ନଂ. ଏବଂ ଠିକଣା ପ୍ରଦାନ କରିବେ, ପ୍ରତି ତାରିଖରେ କୋର୍ଟରେ ବ୍ୟକ୍ତିଗତ ହାଜର ହେବେ, ପାସପୋର୍ଟ ଦାଖଲ କରିବେ ଆଦି ସର୍ତ୍ତ ରଖାଯାଇଛି।

Share