Categories: ଜାତୀୟ

ସିଦ୍ଧୁଙ୍କ ପରାଜୟ ପରେ ଟ୍ରେଣ୍ଡ ପାଲଟଛନ୍ତି ଅର୍ଚ୍ଚନା ପୂରନ

ନୂଆଦିଲ୍ଲୀ,୧୧।୩: ୫ ରାଜ୍ୟର ବିଧାନସଭା ଫଳାଫଳ ପ୍ରକାଶ ପାଇବା ପରେ ଟୁଇଟରରରେ ଟ୍ରେଣ୍ଡ ପାଲଟିଛନ୍ତି ବଲିଉଡ୍‌ ଆକ୍ଟର ଅର୍ଚ୍ଚନା ପୁରନ ସିଂ। ଏହାର କାରଣ ହେଉଛି କ୍ରିକେଟରୁ ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଏଥିଯୋଗୁ ‘ଦି କପିଲ ଶର୍ମା ଶୋ’ରେ ସିଦ୍ଧୁଙ୍କ ସ୍ଥାନ ନେଇଥିବା ଅର୍ଚ୍ଚନାଙ୍କ ଉପରେ ଅନେକ ମିମ୍ସ ସୋସିଆଲ ମିଡିଆରେ ଛାୟୀ ହୋଇଯାଇଛି।

ସିଦ୍ଧୁ ୨୦୧୭ ପର୍ଯ୍ୟନ୍ତ କମେଡି ନାଇଟ୍‌ ଓ୍ବିଥ କପିଲ ଏବଂ କପିଲ ଶର୍ମା ଶୋ’ରେ ନିୟମିତ ଅତିଥି ଥିଲେ। ତା’ ପରେ ତାଙ୍କ ସ୍ଥାନ ନେଇଥିଲେ ଅର୍ଚ୍ଚନା। ଶୋ’ରେ କପିଲ ଅର୍ଚ୍ଚନାଙ୍କୁ ସର୍ବଦା ସିଦ୍ଧୁଙ୍କ ସ୍ଥାନ ଚୋରାଇ ନେଇଥିବା ଜୋକ୍‌ କରନ୍ତି। ସିଦ୍ଧୁ ଅମୃତସର ପୂର୍ବ ଆସନରୁ ପରାସ୍ତ ହୋଇଥିବାରୁ ସେ ଏବେ ବେରୋଜଗାର ଅଛନ୍ତି। ଏଣୁ ସେ ପୁଣି ଥରେ କପିଲ ଶର୍ମାଙ୍କ ଶୋ’କୁ ଫେରିବା ନେଇ ଟୁଇଟର ଓ ଇନ୍‌ଷ୍ଟାଗ୍ରାମରେ ଚର୍ଚ୍ଚା ହେଉଛି।

ବିଭିନ୍ନ ମିମ୍ସରେ ଅର୍ଚ୍ଚନାଙ୍କୁ ସତର୍କ ରହିବାକୁ କୁହାଯାଇଥିବା ବେଳେ ଜଣେ ୟୁଜର ଅନ୍ୟ ଫଟୋରେ ଅର୍ଚ୍ଚନାଙ୍କ ଚେହେରା ଲଗାଇ ‘ଡର କା ମାହୋଲ ହେ’ (ଭୟର ବାତାବରଣ ଥିବା) ଲେଖିଛନ୍ତି। ସେହିଭଳି ସିଦ୍ଧୁ ନିର୍ବାଚନରେ ହାରିବା ପରେ ଅର୍ଚ୍ଚନା ନିଜ ସିଟ୍‌ ବଞ୍ଚାଇବା ଚାହୁଁଥିବା ଅନ୍ୟ ଜଣେ ୟୁଜର ଲେଖିଛନ୍ତି।

Share