ବମ୍ବେ: ‘ଦିଲଓ୍ବାଲେ ଦୁଲ୍ହନିଆଁ ଲେ ଯାଏଗେଁ’ର କୁଲଜୀତ ସିଂହ ହେଉ ଅଥବା ‘ଜସି ଜୈସି କୋଇ ନେହିଁ’ ଧାରାବାହିକର ରାଜ ମଲହୋତ୍ରା, ସବୁ ଚରିତ୍ରରେ ଶ୍ରେଷ୍ଠତା ପ୍ରତିପାଦିତ କରିଥାନ୍ତି ପରମୀତ ସେଠୀ। ସେ ଜଣେ ଅଭିନେତା ସାଙ୍ଗକୁ ଲେଖକ, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଭାବେ ମଧ୍ୟ କାମ କରିଛନ୍ତି। କର୍ମ ଜୀବନରେ ବେଶ କଠୋର ନଜର ଆସୁଥିବା ଏହି ଅଭିନେତା ବ୍ୟକ୍ତିଗତ ଜୀବନରେ ବେଶ ସରଳ। ସ୍ତ୍ରୀ ଅର୍ଚ୍ଚନା ପୁରନ ସିଂହଙ୍କ ସହ ତାଙ୍କର ଲଭ୍ଷ୍ଟୋରୀ ମଧ୍ୟ ରୋମାଞ୍ଚକର।
ଜଣେ ବନ୍ଧୁଙ୍କ ଜରିଆରେ ପରମିତ ଅର୍ଚ୍ଚନାଙ୍କୁ ଭେଟିଥିଲେ। ସେତେବେଳେ ଅର୍ଚ୍ଚନା ନିଜର ଡେବ୍ୟୁ କରୁଥିଲେ। ସେହିଭଳି ପରମୀତ ନିଜର ପରିଚୟ ତିଆରିରେ ଲାଗିଥିଲେ। ସେତେବେଳେ ଅର୍ଚ୍ଚନା ପରମୀତଙ୍କଠାରୁ ୭ ବର୍ଷ ବଡ଼ ଥିଲେ। ଏପରିକି ସେ ଛାଡ଼ପତ୍ର ମଧ୍ୟ ପାଇଥିଲେ। ଉଭୟଙ୍କ ଘନିଷ୍ଠତା ବଢ଼ିବା ପରେ ପରିବାରଲୋକେ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ହେଲେ ଦିନେ ରାତିରେ ଉଭୟ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଉଭୟ ଘରୁ ବାହାରି ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ପରମୀତଙ୍କ ପରିବାର ତାଙ୍କୁ ଆପଣାଇ ନେଇଥିଲେ। ବିବାହକୁ ଉଭୟ ଚାରି ବର୍ଷ ଯାଏ ଲୁଚାଇଥିଲେ। ଏବେ ଉଭୟଙ୍କର ଦୁଇ ସନ୍ତାନ ଆର୍ଯ୍ୟମାନ ଏବଂ ଆୟୁଷ୍ମାନ ଅଛନ୍ତି।