ଫେରିବେ କି ସିଦ୍ଧୁ! ଅର୍ଚ୍ଚନା କହିଲେ…

ବମ୍ବେ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ଏହାପରେ କମେଡିଆନ୍‌ କପିଲ ଶର୍ମାଙ୍କ ଶୋ’ ସହ ଜଡ଼ିତ ମେମେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। କିଛି କିଛି ଲୋକ ଶୋ’ରେ ଅର୍ଚ୍ଚନା ପୁରନ୍‌ ସିଂହଙ୍କ ଚୌକି ବିପଦରେ ବୋଲି ମଜା କରୁଛନ୍ତି। ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଅର୍ଚ୍ଚନା। ସିଦ୍ଧୁ ଇସ୍ତଫା ଦେବାକୁ ନେଇ ସେ ବିଲ୍‌କୁଲ୍‌ ଚିନ୍ତିତ ନୁହନ୍ତି ବୋଲି କହିଛନ୍ତି।

ଏକ ସାକ୍ଷାତକାରରେ ଅର୍ଚ୍ଚନା କହିଛନ୍ତି, ଲୋକେ ଏଭଳି ମଧ୍ୟ କହିବେ ଯେ ମୁଁ ତାଙ୍କ ଚୌକି ଛଡ଼ାଇ ନେଇଛି। ହେଲେ ମୋତେ କିଛି ଫରକ ପଡେ ନାହିଁ। ଯେତିକି ଏପିସୋଡ କରିବାକୁ ଯୋଗ ଥିବ ତାହା ହେବ। କୌଣସି ରାଜନୀତି ଅଥବା ରାଜନୈତିକ ପାର୍ଟି ଏହାକୁ ଛଡ଼ାଇ ନେଇପାରିବେ ନାହିଁ। ସିଦ୍ଧୁ ପଞ୍ଜାବରେ ବ୍ୟସ୍ତ ଥିବା କାରଣରୁ ମୋତେ ଜଜ୍‌ ହେବାକୁ କୁହାଯାଇଥିଲା। କପିଲ ଆମର ପୁଅ ପରି। ତାଙ୍କ ସହ ସମ୍ପର୍କ ଦେଖି ମୁଁ ହଁ କହିଥିଲି। ଏକ ବର୍ଷ ପରେ ପୁଣି ମୋତେ ଡକାଯାଇଥିଲା। ପୁଲବାମା ଆକ୍ରମଣ ପରେ ସିଦ୍ଧୁଙ୍କ ବୟାନକୁ ନେଇ ବିବାଦ ଉପୁଜିବା ପରେ ମୁଁ ଶେଷ ଦୁଇ ଏପିସୋଡ କରିଥିଲି। ସେବେଠାରୁ ଏବେ ଯାଏ ଅଛି ବୋଲି ସେ କହିଛନ୍ତି।

Share