ଆମେ ଫିଙ୍ଗୁଥିବା ପୋଷାକକୁ ଆମେରିକାରେ କରାଯାଉଛି ବିକ୍ରି: ଅର୍ଚ୍ଚନା

ବଲିଉଡ୍‌ ଅଭିନେତ୍ରୀ ତଥା ‘ଦ କପିଲ ଶର୍ମା’ ଶୋ’ ଜଜ୍‌ ଅର୍ଚ୍ଚନା ପୁରୁଣ ସିଂହ ଏବେ ପରିବାର ସହ ଆମେରିକାରେ ଛୁଟିି କାଟୁଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନ୍ୟୁୟର୍କ ରାସ୍ତା କଡରୁ ସେ ସପିଂ କରିବା ପାଇଁ ବାହାରିଥିଲେ। ତେବେ ସେ ରାସ୍ତା କଡ଼ରେ ଝୁଲୁଥିବା ପୋଷାକରୁ ପରିହାସ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହାର ଫଟୋ ଏବଂ ଭିଡିଓ ଶେୟାର କରି ଅର୍ଚ୍ଚନା ଲେଖିଛନ୍ତି, ଆମେ ହୋଲି ଖେଳିବା ପରେ ପିନ୍ଧିଥିବା ପୋଷାକକୁ ଫିଙ୍ଗି ଦେଇଥାଏ, ମାତ୍ର ଏଠାରେ ତାକୁ ବିକ୍ରି କରାଯାଉଛି। ତେବେ ମଜାର କଥା ହେଉଛି, ଲୋକମାନେ ଏହାକୁ କିଣୁଛନ୍ତି ମଧ୍ୟ। ଏହି ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Share