ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ବହୁଚର୍ଚ୍ଚିତ ବ୍ଲାକ୍ମେର ଅର୍ଚ୍ଚନା ନାଗ ବୁଧବାର ଏସ୍ଡିଜେଏମ୍ କୋର୍ଟରେ ହାଜର ହେବେ। ଅକ୍ଷୟ ପରିଜାଙ୍କୁ ୩ କୋଟି ବ୍ଲାକ୍ମେଲିଂ ମାମଲାରେ ହାଜର ହେବେ ବୋଲି ଜଣାପଡିଛି। ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ଅର୍ଚ୍ଚନାଙ୍କ ଓକିଲ ସୂଚନା ଦେଇଛନ୍ତି। ଅନ୍ୟପଟେ, ଅର୍ଚ୍ଚନା ନାଗ ଜାମିନ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ଏକାଧିକ ଓକିଲ ଆବେଦନ କରିଥିବାରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିନଥିଲା। ତେବେ ଗତ ୧୪ ତାରିଖରେ ପୁଣି ଥରେ ଜାମିନ୍ ଆବେଦନ କରିଥିଲେ ଅର୍ଚ୍ଚନା।