୭ ଦିନ ରିମାଣ୍ଡରେ ଯିବେ ଅର୍ଚ୍ଚନା

ଭୁବନେଶ୍ୱର,୫।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ ମାମଲରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଖୋଡତାଳ କରୁଛି। ମାମଲାକୁ ନେଇ ଅଧିକ ତଥ୍ୟ ଜାଣିବା ପାଇଁ ଇଡି ଅର୍ଚ୍ଚନାଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ କୋର୍ଟ ଆବେଦନକୁ ଗ୍ରହଣ କରି ୭ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିବା ସୂଚନା ମିଳିଛି।
ଅନ୍ୟପଟେ, ବେଆଇନ୍‌ ଅର୍ଥ କାରବାର ନେଇ ଇଡିର ଆବେଦନ ଆଧାରରେ ସୋମବାର ଦିନ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା । କଡ଼ା ସୁରକ୍ଷା ମଧ୍ୟରେ ଝାରପଡ଼ା ଜେଲ୍‌ରୁ ନେଇ କୋର୍ଟରେ ହାଜର କରାଯାଇଥିଲା ।

Share