ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ୍‌ ଜାମିନ ଆବେଦନ ବୁଧବାର ଖାରଜ ହୋଇଯାଇଛି। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୩ରେ ଅର୍ଚ୍ଚନାଙ୍କ ଏହି ଜାମିନ ଆବେଦନ ଖାରଜ ହୋଇଛି।

ସୂଚନାଯୋଗ୍ୟ, ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଅକ୍ଷୟ ପରିଜା ଅଭିଯୋଗ କରିଥିଲେ। ଏହି ମାମଲାରେ ଇଡି ଅର୍ଚ୍ଚନାଙ୍କୁ ଦୁଇ ଥର ଡାକି ଜେରା କରିସାରିଛି। ଏହି ମାମଲାରେ ଇଡି ୧୫ ଜଣିଆ ତାଲିକାରୁ ୫ ଜଣଙ୍କୁ ଜେରା କରିସାରିଲାଣି। ତେବେ ମଙ୍ଗଳବାର ମଧ୍ୟ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ୧୨ ଘଣ୍ଟା ଧରି ପଚରାଉଚରା କରିଥିଲା। ଏମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ପ୍ରଶ୍ନ କରାଯିବ ବୋଲି ସୂଚନା ମିଳିଛି।

Share