ଭୁବନେଶ୍ୱର,୬।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ଜଣଙ୍କ ପରେ ଜଣଙ୍କୁ ଜେରା କରି ତଦନ୍ତ ଚଳାଇଛି। ଏହି କ୍ରମରେ ଶୁକ୍ରବାର ଅର୍ଚ୍ଚନା ଏବଂ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାଟାର୍ଡ ଆକାଉଣ୍ଟାଣ୍ଟ ଇଡିରେ ହାଜର ହୋଇଛନ୍ତି। ଅର୍ଚ୍ଚନାଙ୍କର ଆୟକର ସମ୍ପର୍କରେ ପଚରାଉଚରା କରିପାରେ ଇଡି। ଅନ୍ୟପଟେ, ଖଗେଶ୍ୱରଙ୍କ ସ୍ତ୍ରୀ ମଧ୍ୟ ଇଡିରେ ହାଜର ହୋଇଥିବା ସୂଚନା ମିଳିଛି।