ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ସୋମବାର ସରୁଛି। ମାତ୍ର ଅର୍ଚ୍ଚନା ଇଡିକୁ ସହଯୋଗ କରୁ ନ ଥିବାରୁ ତଦନ୍ତରେ ବାଧା ଉପୁଜୁଛି। ତେବେ କାହିଁକି ସେ ମୁହଁ ଖୋଲୁ ନାହାନ୍ତି ସେନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି।
ସୂଚନାଯୋଗ୍ୟ, ଗତ ୬ ତାରିଖରେ ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇଥିଲା। ରିମାଣ୍ଡରେ ନେବା ପୂର୍ବରୁ ତାଙ୍କର ଡାକ୍ତରୀ ଚିକିତ୍ସା କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମ ଆଗରେ ଅର୍ଚ୍ଚନା ତାଙ୍କ ବୟାନରେ କହିଥିଲେ, ମୁଁ ଯଦି ମୁହଁ ଖୋଲିବି ତେବେ ରାଜ୍ୟ ଦୋହଲି ଯିବ। କିନ୍ତୁ ଇଡି ଆଗରେ ସେ କାହିଁକି ମୁହଁ ଖୋଲିପାରୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ଆଜି ଇଡି କୋର୍ଟରେ ହାଜର କରିବ। ଏହି ଦମ୍ପତିଙ୍କୁ ଇଡି ମୁହାଁମୁହିଁ ଜେରା କରିପାରେ। ତେବେ ଦେଖାଯାଉ ଆଜି ଇଡିକୁ କେଉଁ ସବୁ ତଥ୍ୟ ମିଳୁଛି।