Categories: ଖେଳ

ହାତ ନଥାଇ ଫାଇନାଲରେ ତୀରନ୍ଦାଜ ଶୀତଲ

ନୂଆଦିଲ୍ଲୀ, ୧୬ା୧୨ ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ଉଦ୍‌ଘାଟନୀ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ହାତ ନ ଥିବା ତୀରନ୍ଦାଜ ଶିତଲ ଦେବୀ ଶୁକ୍ରବାର ଥିଲେ ଆକର୍ଷଣର କେନ୍ଦ୍ର ବିନ୍ଦୁ। ସେ ମହିଳା କମ୍ପାଉଣ୍ଡ ବିଭାଗରେ ସ୍ବର୍ଣ୍ଣ ପଦକ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ୧୬ବର୍ଷୀୟା ଏହି ଏସିଆନ ପାରା ଗେମ୍ସ ଚାମ୍ପିୟନ ୬୯୬ ପଏଣ୍ଟ ସ୍କୋର କରି ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।

ଜମ୍ମୁ କଶ୍ମୀରରୁ ପ୍ରତିନିଧିତ୍ୱ କରୁଥିବା ଶିତଲ ବିଗତ କିଛି ମାସ ହେଲା ଚହଳ ସୃଷ୍ଟି କରିଛନ୍ତି। ହାଙ୍ଗ୍‌ଝୋଠାରେ ଅନୁଷ୍ଠିତ ତାଙ୍କ ପ୍ରଥମ ପଦାର୍ପଣରେ ସେ ଦୁଇଟି ପଦକ ଜିତିପାରିଛନ୍ତି। ପରେ ସେ ବ୍ୟାଙ୍କକ୍‌ଠାରେ ଅନୁଷ୍ଠିତ ପାରା ଏସିଆନ ଗେମ୍ସରେ ପଦକ ଜିତିଥିଲେ। ଉତ୍ତର ପ୍ରଦେଶର ଜ୍ୟୋତି ବାଲାୟନ ଶିତଲଙ୍କଠାରୁ ୧୦ ପଏଣ୍ଟ କମ୍‌ ୬୮୬ ପଏଣ୍ଟ ଅର୍ଜନ କରି ଅନ୍ୟତମ ପ୍ରତିଯୋଗୀ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି। ହରିୟାଣାର ସିରିତା ଓ ଦିଲ୍‌ଲୀର ତନିଷ୍କା ଶନିବାର ବ୍ରୋଞ୍ଜ ପଦକ ପାଇଁ ମୁକାବିଲା କରିବେ।

Share