Categories: ଖେଳ

ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨: ପଦକ ପକ୍କା କଲେ ଓଜାସ ଓ ଜ୍ୟୋତି

ଶାଙ୍ଘାଇ,୨୦ା୫(ପି.ଟି.): ଚଳିତ ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨ରେ ଭାରତର କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ପଦକ ପକ୍କା କରିଥିବା ବେଳେ ରିକର୍ଭ ଦଳର ପ୍ରଦର୍ଶନ ନୈରାଶ୍ୟଜନ ରହିଛି। ନୂଆ ଯୋଡ଼ି ଓଜାସ ଜ୍ୟୋତି ଓ ଜ୍ୟୋତି ଭେନମ ପ୍ରତିଦ୍ୱନ୍ଦ୍ୱୀ ଇଟାଲୀ ଟିମ୍‌କୁ ୧୫୭-୧୫୭(୧୯*-୧୯)ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହିତ ସେମାନେ କ୍ରମାଗତ ଦ୍ୱିତୀୟ ଥର ସ୍ବର୍ଣ୍ଣ ଜିତିବା ଲକ୍ଷ୍ୟରେ ରହିଛନ୍ତି। ୬ଷ୍ଠ ସିଡ୍‌ ଭାରତୀୟ ଯୋଡ଼ି ଶନିବାର ଫାଇନାଲରେ ଟପ୍‌ ସିଡ୍‌ କୋରିଆକୁ ଭେଟିବ। ଏଠାରେ ୬ଷ୍ଠ ସିଡ୍‌ ଓଜାସ୍‌ ଓ ଜ୍ୟୋତି ଗତ ମାସରେ ଆଣ୍ଟାଲ୍ୟାଠାରେ ଅନୁଷ୍ଠିତ ଏହି ଇଭେଣ୍ଟ ଜିତି ପ୍ରଥମ ଥର ସ୍ବର୍ଣ୍ଣ ପଦକ ପାଇଥିଲେ। ଭାରତର ଏହି ଯୋଡ଼ି ପ୍ରଥମେ ପ୍ରିକ୍ୱାର୍ଟରରେ ବାଂଲାଦେଶ ବିପକ୍ଷରେ ୧୫୮-୧୫୧ରେ ବିଜୟ ଲାଭ କରିଥିଲା। ପରେ ତୁର୍କୀ ବିପକ୍ଷରେ୧୫୭-୧୫୬ରେ ବିଜୟ ଲାଭ କରିଥିଲେ। ଅଲିମ୍ପିକ କାଟେଗୋରିରେ ରିକର୍ଭ ଯୋଡ଼ି ଧୀରଜ ବୋମାଦେବୋରା ଓ ସିମରନଜିତ୍‌ କୌର ଇଣ୍ଡୋନେସିଆଠାରୁ ପରାଜିତ ହୋଇଛନ୍ତି।

Share