Posted inଫୁରସତ

ସ୍ଥପତି ଉଦୟ

ଶିଳ୍ପୀଙ୍କ ଯାଦୁକରି ହାତର ସ୍ପର୍ଶରେ ନିର୍ଜୀବ ପଥର ଦେହରେ ବି ସଂଚାରିତ ହୁଏ ପ୍ରାଣ। ମୁଗୁର, ନିହାଣ ମୁନରେ ପଥର କିମ୍ବା କାଠ ଖୋଦେଇରେ ଶିଳ୍ପୀ ଗଢ଼ିଥାଏ ସୁନ୍ଦର ସୁନ୍ଦର ମୂର୍ତ୍ତି। ଏମିତି କଳାକୃତିଗୁଡ଼ିକୁ ଦେଖିଲେ ସତେଜ ଓ ଜୀବନ୍ତ ପରି ମନେହୁଏ। କେବଳ ପଥର ଖୋଦେଇ ନୁହେଁ ବରଂ ବାଉଁଶ, କାଠ, ସିମେଣ୍ଟ, କନାରେ ମଧ୍ୟ ମୂର୍ତ୍ତି ତିଆରି କରି ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଜଣେ ସ୍ଥପତି। ଏଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ଶିଳ୍ପୀ ଉଦୟ ମହାନ୍ତି। ପିତା ଯୋଗେନ୍ଦ୍ର ମହାନ୍ତି, ମା’ ସାରଦାମଣି ଦେଈ। ଘର ବାଲେଶ୍ୱର ଜିଲାର ସୋର ଅନ୍ତର୍ଗତ ପାଗଡ଼ାଶୋଳା ଗ୍ରାମରେ। ସେ କୁହନ୍ତି, ଆମ ବଂଶର ପରମ୍ପରା ଭାବେ ପୂର୍ବରୁ ଜେଜେବାପାଙ୍କ ସମୟରୁ ବିଭିନ୍ନ ପଥର ଓ କାଠ ଖୋଦେଇ ଆଦି ହସ୍ତଶିଳ୍ପ କାମକୁ ପରିବାରର ସଦସ୍ୟମାନେ କରୁଥିଲେ। ସେତେବେଳେ ବାପା ଅନେକ ସ୍ଥାନକୁ ଯାଇ ବିଭିନ୍ନ ପଥର ଓ କାଠରେ କାରୁକାର୍ଯ୍ୟପୂର୍ଣ୍ଣ ଖୋଦେଇ କାମ କରୁଥିଲେ। ପିଲାଟିବେଳୁ ବାପାଙ୍କଠାରୁ ବିଭିନ୍ନ ଖୋଦେଇ କାମ ଶିଖିଥିଲି। ମାତ୍ର ସ୍କୁଲ ବୟସରୁ ଏହି କାମରେ ବେଶୀ ଆଗ୍ରହ ଥିବାରୁ ପାଠରେ ବିଶେଷ ମନ ଲାଗି ନ ଥିଲା। ସେଥିପାଇଁ ୧୦ମ ଯାଏଁ ହିଁ ପଢ଼ିଲି। ଏହା ବ୍ୟତୀତ ମୋର ଅଭିନୟ ପ୍ରତି ରୁଚି ଥିବାରୁ କିଛିବର୍ଷ ଜନତା ଗଣନାଟ୍ୟ, ରାଧାକୃଷ୍ଣ ଅପେରା, ସାଗରିକା ଗଣନାଟ୍ୟ, ସାତଶଙ୍ଖ ଅପେରାରେ ରହିଥିଲି। ଗାଁକୁ ଫେରିଲା ପରେ ମୋ ମାମୁ ବ୍ରଜକିଶୋର ଜେନା ହସ୍ତକଳା ଶିଳ୍ପ ପ୍ରତି ମୋତେ ଉତ୍ସାହିତ କରିଥିଲେ।

ସମୟକ୍ରମେ ପଥର କାରୁକାର୍ଯ୍ୟ ପ୍ରତି ଆଗ୍ରହ ବଢିଲା। ବଉଳ ଗାଡ଼ିଆ ପଥର ଖୋଦେଇ ହସ୍ତଶିଳ୍ପ କେନ୍ଦ୍ରରେ ଟ୍ରେନିଂ ନେଇ କାମ ଆରମ୍ଭ କଲି। ଗୁରୁ ରାଜକିଶୋର ମହାରଣା, ହରି ମହାରଣା ଓ ଶ୍ରୀଧର ମହାରଣାଙ୍କଠାରୁ ତାଲିମ ନେଇଥିଲି। ୧୯୮୪ ମସିହାରୁ ପଥରରେ ଖୋଦେଇ କରି ବିଭିନ୍ନ ମୂର୍ତ୍ତି ତିଆରି କରିଆସୁଛି। ପ୍ରଥମେ ଖଡ଼ିପଥରରେ କଳାକୃତି ସବୁ ଗଢ଼ୁଥିଲି। ପରେ ପରେ ଶାଣ, ମୁଗୁନି ଓ ମାର୍ବଲ ପଥରରେ ବିଭିନ୍ନ ମାପ ଅନୁସାରେ ସୁନ୍ଦର ସୁନ୍ଦର ଶ୍ରୀଗଣେଶ, ହନୁମାନ, ବୁଦ୍ଧ, ରାଧାକୃଷ୍ଣ, ରାମ ଲକ୍ଷ୍ମଣ ସୀତା, ବିଭିନ୍ନ ଭଙ୍ଗୀର ସଖୀ ଏବଂ ନର୍ତ୍ତକୀ ଆଦି ଦେବଦେବୀଙ୍କ ମୂର୍ତ୍ତି ଗଢ଼ିଲି। ଏହାଛଡ଼ା କେତେକ ପାର୍କରେ ବିଭିନ୍ନ ଡେକୋରେଶନ ପାଇଁ ଭିନ୍ନ ଭିନ୍ନ ମଡେଲ ତିଆରି କରିଛି। ଓଡ଼ିଶା, ଦିଲ୍ଲୀ, ପଶ୍ଚିମବଙ୍ଗ ଆଦି ରାଜ୍ୟର ବିଭିନ୍ନ ହସ୍ତକଳା କର୍ମଶାଳାରେ ଯୋଗଦେଇଛି।

ମୋ ହାତ ତିଆରି ପଥରର କଳାକୃତି ନେବା ପାଇଁ ବିଶେଷକରି ପଶ୍ଚିମବଙ୍ଗରୁ ଅଧିକ ଗରାଖ ଆସିଥାନ୍ତି। ଏଥିପାଇଁ ସେମାନେ ଅଗ୍ରିମ କିଛି ଅର୍ଥ ଦେଇ ମୂର୍ତ୍ତି ଅର୍ଡର କରିଥାନ୍ତି। ଜାମୁଝଡ଼ି ଛକଠାରେ ମୋର ଏହି କର୍ମଶାଳା ରହିଛି। ଏଠାରେ ଏବେ ୫/୬ ଜଣ ଶିଳ୍ପୀ କାର୍ଯ୍ୟ କରୁଛନ୍ତି। ଏଠାରେ ବର୍ଷର ସବୁ ସମୟରେ ନାନା ପ୍ରକାର ମୂର୍ତ୍ତି ଗଢାଯାଏ। ମୂର୍ତ୍ତିର ଦାମ୍‌ ସେହି ମୂର୍ତ୍ତି ଗଠନର ଶୈଳୀ ଓ ସୂକ୍ଷ୍ମ କାରୁକାର୍ଯ୍ୟକୁ ନେଇ ନିର୍ଦ୍ଧାରଣ କରାଯାଇଥାଏ। ଆଜିଯାଏ ବିଭିନ୍ନ ପଥରରେ ପ୍ରାୟ ଶତାଧିକ ମୂର୍ତ୍ତି ଗଢ଼ି ସାରିଲିଣି। ଯେଉଁଥିପାଇଁ ମୋତେ ୨୦୧୮ରେ କଳାକୃତି ସମ୍ମାନ, ୨୦୨୦ରେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ତରଫରୁ ପୁରସ୍କୃତ କରିବା ସହ ୨୦୨୨ରେ ହେରିଟେଜ୍‌ ସମ୍ମାନ, ୨୦୨୩ରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ମିଳିଛି। ୨୦୧୭ ମସିହାଠାରୁ ମୁଁ ଓଡ଼ିଶା ଶିଳ୍ପୀ ମହାସଂଘର ସଭାପତି ଦାୟିତ୍ୱ ତୁଲାଉଛି। ବିଭିନ୍ନ ଅଞ୍ଚଳରେ ହସ୍ତକଳାକୃତି ବିକ୍ରି ଉଦ୍ଦେଶ୍ୟରେ ସ୍ବତନ୍ତ୍ର ହାଟ ପାଇଁ ମୋର ଉଦ୍ୟମ ଜାରି ରହିଛି। ତେବେ ଯେତେଦିନ ଯାଏ ବଞ୍ଚିଥିବି ଓଡ଼ିଶାର ପାରମ୍ପରିକ ହସ୍ତକଳା ଶିଳ୍ପକୁ ଉଜ୍ଜୀବିତ ପାଇଁ କାର୍ଯ୍ୟ କରୁଥିବି। କାରଣ ଆଜି ମୋତେ ଏହି କଳା ହିଁ ପରିଚୟ ଦେଇଛି। -ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri