ଜେଲ ଗଲେ ଏଆର୍‌ସିଏସ୍‌

ଢେଙ୍କାନାଳ ଅଫିସ,୪ା୯: ଢେଙ୍କାନାଳ ସହରସ୍ଥିତ ମହିଷାପାଟଠାରେ ଥିବା ସମବାୟ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି (ଏଆର୍‌ସିଏସ୍‌) ବିଦ୍ୟାଧର ବେହେରା ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗୁରୁବାର ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ବୁଧବାର ଢେଙ୍କାନାଳ ସହରସ୍ଥିତ ମହିଷାପାଟଠାରେ ଥିବା ତାଙ୍କ ଅଫିସ ଓ ଭୁବନେଶ୍ୱର ପଟିଆସ୍ଥିତ ବାସଭବନ ସମେତ ଭଦ୍ରକ ଜିଲା ଭଣ୍ଡାରୀପୋଖରୀସ୍ଥିତ ପୈତୃକ ଘର ଉପରେ ଭିଜିଲାନ୍ସ ଚଢାଉ କରିଥିଲା। ଚଢାଉ ସମୟରେ ପ୍ରାୟ ୨ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ଏ ସଂକ୍ରାନ୍ତରେ କଟକ ଭିଜିଲାନ୍ସ ଥାନାରେ ନଂ.୧୩/୨୦ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଢେଙ୍କାନାଳ ଭିଜିଲାନ୍ସ ଶାଖା ଡିଏସ୍‌ପି ବେଣୁଧର ନାୟକ ସୂଚନା ଦେଇଛନ୍ତି।

Share