Categories: Uncategorized

ଘରକୁ ପୋକ ଆସୁଛନ୍ତି କି? ଜାଣନ୍ତୁ କେମିତି ଦୂରକରିବେ ଏହି ସମସ୍ୟା

ବର୍ଷାଦିନେ ସାଧାରଣତଃ କୀଟପତଙ୍ଗଙ୍କ ସଂଖ୍ୟା ବହୁ ଅଧିକ ହୋଇଯାଇଥାଏ। ତେବେ ଘର ଭିତରେ ଏମାନଙ୍କ ପ୍ରବେଶ ରୋକିବାକୁ ଚାହୁଁଥିଲେ ଜାଣିରଖନ୍ତୁ କିଛି ଘରୋଇ ଉପାୟ।
କୀଟପତଙ୍ଗଙ୍କ ପ୍ରବେଶ ବନ୍ଦ କରିବାକୁ ଚାହୁଁଥିଲେ କର୍ପୂର ଜଳାଇ ରଖନ୍ତୁ। କର୍ପୂର ଗନ୍ଧରେ କୀଟପତଙ୍ଗମାନେ ରହି ନ ଥାନ୍ତି। ଏମିତିକି କର୍ପୂର ଧୂଆଁର ଗନ୍ଧରେ ମଶା ମଧ୍ୟ ରହି ନ ଥାନ୍ତି।
ସୋଡ଼ା ମଧ୍ୟ ପିମ୍ପୁଡ଼ି ତଥା ବିଭିନ୍ନ ପ୍ରକାର କୀଟପତଙ୍ଗକୁ ରୋକିଥାଏ। ଏଥିପାଇଁ ବେକିଂ ସୋଡ଼ାକୁ ଅଟାରେ ମିଶାଇ ଛୋଟ ଛୋଟ ଗୁଳାକରି ଦିଅନ୍ତୁ। ଏହି ଗୁଳାକୁ ଘରର ବିଭିନ୍ନ କୋଣରେ ଲଗାଇ ଦିଅନ୍ତୁ। ଏପରି କଲେ ପିମ୍ପୁଡ଼ି ଓ ଅସରପା ଆସିବେ ନାହିଁ।
ପ୍ରକାର ଏସେନ୍‌ସିଆଲ ଅଏଲ୍‌ ମଧ୍ୟ କୀଟପତଙ୍ଗ ଦୂର କରିବାରେ ସହାୟକ ହୋଇଥାଏ। କାରଣ ଏସେନ୍‌ସିଆଲ୍‌ ଅଏଲ୍‌ର ଗନ୍ଧକୁ କୀଟପତଙ୍ଗମାନେ ସହ୍ୟ କରିପାରନ୍ତି ନାହିଁ। ତେଣୁ ପାଣିରେ ମିଶାଇ ଏହାକୁ ଘରେ ସ୍ପ୍ରେ କରନ୍ତୁ ଓ ଘର ପୋଛିବା ସମୟରେ ପାଣିରେ ପକାଇ ଦିଅନ୍ତୁ।
ପୋକ ନ ହେବା ପାଇଁ ନିମ୍ବପତ୍ର ମଧ୍ୟ ବେଶ୍‌ ଉପକାରୀ। ଘରେ ନିମ୍ବପତ୍ର ଧୂଆଁ କଲେ ପୋକ ଆସି ନ ଥାନ୍ତି। ନିମ୍ବତେଲ ମଧ୍ୟ ଏଥିପାଇଁ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ।
ଯଦି ପୋକ ପଶିଥାନ୍ତି ତେବେ ବେକିଂ ସୋଡ଼ା ଓ ଲେମ୍ବୁରସ ମିଶାଇ ସ୍ପ୍ରେ କରନ୍ତୁ। ବାଥ୍‌ରୁମ୍‌, ରୋଷେଇଘର ଓ ଅନ୍ୟ ପ୍ରବେଶ ପଥରେ ଥିବା କବାଟରେ ଏହାକୁ ସ୍ପ୍ରେ କରନ୍ତୁ। ପୋକ ଆସିବେ ନାହିଁ।