ଘରେ ବୁଢ଼ିଆଣୀ ଜାଲ ଅଛି କି?

 

ଘରକୁ କିଛିଦିନ ସଫାସୁତୁରା ନ କଲେ ଘରେ ଧୂଳିମଳି ଜମିବା ସହ କାନ୍ଥରେ ବୁଢ଼ିଆଣୀ ଜାଲ ହୋଇଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ବୁଢ଼ିଆଣୀ ଜାଲ ବି ଘର ପାଇଁ ଅନେକ ସମସ୍ୟା ନେଇ ଆସିଥାଏ। ପ୍ରଥମତଃ ଘରେ ନକାରାତ୍ମକ ଊର୍ଜାର ଆଗମନ ହୁଏ। ଏହା ପାଇଁ ଘର ଅସନା ଦେଖାଯାଉଥିବା ଯୋଗୁ ମାତା ଲକ୍ଷ୍ମୀ ରୋଷ କରିଥାନ୍ତି; ଯଦ୍ଦ୍ବାରା ଘରେ ଅଭାବ ଅନଟନ ଲାଗିରହେ। ଫଳରେ ପରିବାର ସଦସ୍ୟଙ୍କ ମନ ଭାରାକ୍ରାନ୍ତ ରହିବା ଯୋଗୁ ଅନେକ ସମୟରେ ଘରେ ଝଗଡ଼ା ବି ଲାଗିଯାଏ। କୌଣସି କାର୍ଯ୍ୟ ଠିକ୍‌ରେ ହୋଇପାରେନା। ଯେଉଁଥିପାଇଁ ସେମାନଙ୍କୁ ଅସଫଳତାର ମୁହଁ ଦେଖିବାକୁ ପଡ଼େ। ଏହାଛଡ଼ା ବୁଢ଼ିଆଣୀ ଜାଲରେ ଲାଗି ରହିଥିବା ଅନେକ ସୂକ୍ଷ୍ମ ଜୀବ ମଧ୍ୟ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାନ୍ତି। ତେଣୁ ଆଖିକୁ ସାଧାରଣ ଲାଗୁଥିବା ଏହି ବୁଢ଼ିଆଣୀ ଜାଲକୁ ଘରେ କେବେ ବି ଜମିବାକୁ ଦେବା ଠିକ୍‌ ନୁହେଁ। ନଚେତ୍‌ ଏହାର ପ୍ରଭାବରେ ଘରର ସୁଖଶାନ୍ତି ତ କ୍ଷୁର୍ଣ୍ଣ ହେବ ତା’ସହିତ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯିବ।