ଚାଉଳ, ଗହମରେ ପୋକ ହେଉଛି କି? କରନ୍ତୁ ଏଭଳି…

ଘରେ ଅଧିକ ଦିନଧରି ଚାଉଳ, ଗହମ, ଅଟା, ଡାଲି ଆଦି ରଖିଲେ ଏଥିରେ ପୋକ ହୋଇ ନଷ୍ଟ ହୋଇଯାଏ ା ତେଣୁ ଏସବୁ ଦୀର୍ଘଦିନ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖିବା ଓ ପୋକ ନ ଲାଗିବା ପାଇଁ ଜାଣନ୍ତୁ କ’ଣ କରିବେ…

ସୂର୍ଯ୍ୟାଲୋକ : ଯଦି ଅଧିକ ପରିମାଣରେ ଚାଉଳ, ଗହମ ସଂରକ୍ଷଣ କରି ରଖିବାକୁ ଚାହୁଁଛନ୍ତି; ତେବେ ଏହାକୁ ପ୍ରଥମେ ଟାଣ ଖରାରେ ଶୁଖାନ୍ତୁ ଏବଂ ଡବାରେ ରଖି ଘରେ ସୂର୍ଯ୍ୟାଲୋକ ପଡୁଥିବା ସ୍ଥାନରେ ରଖନ୍ତୁ ।

ତେଜପତ୍ର : ତେଜପତ୍ର ଏକ ପ୍ରକାର ବହୁ ପୁରୁଣା ପ୍ରତିକାର ଜିନିଷ । ଚାଉଳ, ଗହମ ଡବାରେ କିଛି ତେଜପତ୍ର ରଖିଲେ ଏଥିରେ ବହୁ ଦିନ ପଯର୍‌ୟନ୍ତ ପୋକ ହେବେ ନାହିଁ ।

ନିମ୍ବ ପତ୍ର: ନିମ୍ବ ପତ୍ରର ପିତା ବାସ୍ନା ଯୋଗୁଁ ଖାଦ୍ୟରେ ପୋକ ଲାଗନ୍ତି ନାହିଁ । ତେଣୁ ଡାଲି,ଚାଉଳ, ଗହମ, ଅଟା ଆଦି ଡବାରେ ନିମ୍ବ ପତ୍ର ରଖିଲେ ଏହା ବାସ୍ନାରେ ପୋକ ମରିଯାଆନ୍ତି ।

ଶୁଖିଲା ଲଙ୍କା: ଚାଉଳ ରଖୁଥିବା ଡବାରେ ଶୁଖିଲା ଲଙ୍କାକୁ ସ୍ତରସ୍ତର କରି ରଖନ୍ତୁ । ଏହା ବେଶି ଦିନ ପଯର୍‌ୟନ୍ତ ପୋକଠାରୁ ଦୂରେଇ ରଖେ ।