ଅସମୟରେ ଆପଣଙ୍କ ଚୁଟି ପାଚୁଛି କି? ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣାନ୍ତୁ କିଛିଟା ଟିପ୍ସ

ଖରାପ ଲାଇଫ୍‌ଷ୍ଟାଇଲ୍‌ ହେଉ ଅଥବା ଖାଦ୍ୟପେୟରେ ସନ୍ତୁଳନ ନ ରହିବା ଯୋଗୁ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତାହା ନୁହେଁ, ଏହାର ଅନେକ କୁପ୍ରଭାବ ଆମର ତ୍ୱଚା ଏବଂ ଚୁଟି ଉପରେ ପଡିଥାଏ। ଯେମିତି କି ତ୍ୱଚାରେ ବ୍ରଣ, କଳାଦାଗ ଦେଖାଯିବା ଅଥବା ଶୀଘ୍ର ରିଙ୍କିଲ୍ସ ଆସିଯିବା। ସେହିପରି ଅସମୟରେ ଚୁଟି ପାଚିବା ସମସ୍ୟା ବି କେତେକଙ୍କଠାରେ ଦେଖାଯାଇଥାଏ। ତେବେ ଶୀଘ୍ର ଚୁଟି ପାଚିବା ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ କିଛିଟା ଉପକାରୀ ଟିପ୍ସ ଉପରେ ଧ୍ୟାନ ଦେବାକୁ ହୋଇଥାଏ। ଯେମିତି କି ପ୍ରତିଦିନର ଖାଦ୍ୟ ତାଲିକାରେ ଅଣ୍ଡାକୁ ସାମିଲ କରିବା। ପ୍ରତି ୧୫ ଦିନକୁ ଥରେ ଦହି ଓ ଅଣ୍ଡାକୁ ମିଶାଇ ଚୁଟିରେ ଲଗାଇବା। ଏହି ମିଶ୍ରଣ ଉପକାରୀ ହୋମ୍‌ମେଡ୍‌ ହେୟାର୍‌ ମାସ୍କର କାମ କରିଥାଏ; ଯାହା ଚୁଟିକୁ ପ୍ରୋଟିନ୍‌ ପ୍ରଦାନ କରେ। କୁହାଯାଏ, ଚୁଟିରେ ପ୍ରୋଟିନ୍‌ କମ୍‌ ହେଲେ ବି ଅସମୟରେ ଏହା ପାଚିଯାଇଥାଏ। ସେହିପରି କଳା ରାଶିକୁ ରାତିସାରା ନଡିଆ ତେଲରେ ଭିଜାଇ ସକାଳେ ରାଶିକୁ ବାହାର କରି ସେହି ତେଲକୁ ଚୁଟିରେ ଲଗାଇଲେ ଏହି ସମସ୍ୟାରୁ ବି ଅନେକାଂଶରେ ମୁକ୍ତି ମିଳିଥାଏ। ପିଆଜ ରସକୁ ପଇଡ ପାଣିରେ ମିଶାଇ ଚୁଟିରେ କିଛି ସମୟ ଲଗାଇଲା ପରେ ଚୁଟିକୁ ଭଲ ଭାବେ ସଫା କରିଦେବେ। କିଛି ଦିନ ଏମିତି କଲେ ଚୁଟି ଘନ, ଲମ୍ବା ହେବା ସହ ଶୀଘ୍ର ପାଚି ନ ଥାଏ ବୋଲି ବ୍ୟୁଟିସିଆନ୍‌ମାନେ ମତ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଗକୁ ନିୟନ୍ତ୍ରଣରେ ରଖିବ ଏହି ଡିଭାଇସ୍‌

କେତେଜଣ ବ୍ୟକ୍ତି କଥା କଥାକେ ରାଗି ଯାଇଥାଆନ୍ତି। ପ୍ରାୟ ଅନେକ ଛୋଟବଡ଼ କଥାକୁ ନେଇ କ୍ରୋଧ ପ୍ରକାଶ କରିବାର ବହୁ ଉଦାହରଣ ରହିଛି। ତେବେ ଏହାକୁ...

ସ୍ବାସ୍ଥ୍ୟୋପକାରୀ କଳା ଚାଉଳ

କଳା ଧାନର ବୈଜ୍ଞାନିକ ନାମ ‘ଓରାଇଜା ସାଟାଇଭା ଏଲ୍‌’ ଅଟେ। ଏଥିରେ ଆନ୍ଥୋସାୟାନିନ, ଫେନୋଲିକ୍‌ ଏସିଡ୍‌ ଏବଂ ଅନ୍ୟାନ୍ୟ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟର ସମୃଦ୍ଧ ଉପାଦାନ ରହିଛି।...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ କଖାରୁଫୁଲ

କଖାରୁଫୁଲ ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଅନେକ ପ୍ରକାର ଭିଟାମିନ୍‌ ଭରିରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି...

ହାର୍ଟ ଆଟାକ୍‌ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ୫ ଉପାୟ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଅସ୍ବାସ୍ଥ୍ୟକର ଖାଦ୍ୟପେୟ ହାର୍ଟ ଆଟାକ୍‌ ବା ହୃଦରୋଗର ଆଶଙ୍କା ବୃଦ୍ଧି ପାଇଛି। ହାର୍ଟ ଆଟାକ୍‌  ଯାହାକୁ କାର୍ଡିଆକ ଆରେଷ୍ଟ ମଧ୍ୟ...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଶନିବାର ଦିନ ଖାଉଛନ୍ତି କି ଆମିଷ? ବୈଜ୍ଞାନିକ କାରଣ ଜାଣିଲେ ଆଉ ଖାଇବେନି

କ’ଣ ଆପଣ ବି ଶନିବାର ଦିନ ଆମିଷ ଖାଉଛନ୍ତି କି? ଯଦି ହଁ ତେବେ ସାବଧାନ । ଆମ ମଧ୍ୟରୁ ଅଧିକାଂଶ ଲୋକ ଶନିବାର ଦିନ...

Hot or cold coffee: ସ୍ବାସ୍ଥ୍ୟ ପାଇଁ କେଉଁଟା ଭଲ?

କଫି ବିଶ୍ୱର ସବୁଠାରୁ ପ୍ରିୟ ପାନୀୟ ମଧ୍ୟରୁ ଗୋଟିଏ। କିଛି ଲୋକଙ୍କର ଗରମ କଫି ବିନା ସକାଳ ଆରମ୍ଭ ହୁଏ ନାହିଁ। ଯେତେବେଳେ କିଛି ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image