Categories: ଫୁରସତ

ଫୋନ୍‌କୁ ଚାର୍ଜରେ ଲଗାଇ କରୁଛନ୍ତି କି ଏଭଳି…

ନୂଆଦିଲ୍ଲୀ: କେତେକ ଫୋନ୍‌କୁ ଚାର୍ଜରେ ଲଗାଇ କଲ୍‌ କରିବା ସହିତ ଗେମିଂ ଅବା ଅନ୍ୟ କିଛି ଆପ୍ଲିକେଶନ ବ୍ୟବହାର କରିଥାନ୍ତି। ତେବେ ଏହା ବିପଦକୁ ଡାକି ଆଣିଥାଏ। ଏହାଦ୍ୱାରା ଫୋନ୍‌ରେ ବିସ୍ଫୋରଣ ହେବାର ଆଶଙ୍କା ରହିଥାଏ। ବେଳେବେଳେ ବ୍ୟବହାରକାରୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥାଏ। ସେହିପରି ଫୋନ୍‌ ଯଦି ଗରମ ହେଉଥାଏ ଏହାକୁ ଅବହେଳା କରିବା ଉଚିତ ନୁହେଁ। ଚାର୍ଜ କରିବା ସମୟରେ ଫୋନ୍‌କୁ ବନ୍ଦ କରିଦେବା ବରଂ ଭଲ। ଶୋଇବା ସମୟରେ ପାଖରେ ଫୋନ୍‌କୁ ନ ରଖି ଦୂରରେ ରଖିବା ଆବଶ୍ୟକ। ସେହିପରି ଅଧିକ ବ୍ୟାଟେରୀ ନଷ୍ଟ କରୁଥିବା ଆପ୍‌କୁ ବ୍ୟବହାର ନ କରିବା ଶ୍ରେୟସ୍କର। ଫୋନ୍‌ର ବ୍ୟାଟେରୀ ଖରାପ ହେଲେ କୌଣସି ଲୋକାଲ ବ୍ୟାଟେରୀ ବ୍ୟବହାର ନ କରିବା ଭଲ। ଲୋକାଲ ବ୍ୟାଟେରୀ ଦ୍ୱାରା ବିପଦର ଆଶଙ୍କା ଅଧିକ ରହିଥାଏ।

Share