ନିୟମିତ କରୁଛନ୍ତି କି ଏଭଳି ଭୁଲ…

ସାଧାରଣତଃ ମହିଳାମାନେ ନିଜର ତ୍ୱଚାକୁ ନେଇ ଯତ୍ନବାନ ଥାନ୍ତି। ସୁନ୍ଦର ତ୍ୱଚା ପାଇବା ଲାଗି ସେମାନେ ବିଭିନ୍ନ ପ୍ରକାର ରସାୟନିକ ପଦାର୍ଥର ବ୍ୟବହାର କରିବାକୁ ପଛାଇ ନ ଥାନ୍ତି। ମାତ୍ର ପ୍ରତିଦିନ କରୁଥିବା କିଛି ଭୁଲ୍‌ ତ୍ୱଚା ଉପରେ କୂପ୍ରଭାବ ପକାଇ ଥାଏ। ଜାଣନ୍ତୁ ସେ ସମ୍ପର୍କରେ।

ସୁଇମିଂ(ପହଁରା): ଏହା ଆପଣଙ୍କ ଶରୀର ପାଇଁ ଉପକାରୀ ହୋଇଥିଲେ ମଧ୍ୟ ସୁମିଂପୁଲ୍‌ ପାଣିରେ ମିଶୁଥିବା କ୍ଲୋରିନ୍‌ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ତ୍ୱଚାକୁ ନଷ୍ଟ କରିଥାଏ। ଏଣୁ ଅଧିକ ପହଁରିବା ତ୍ୱଚାପାଇଁ ଖରାପ ସାବ୍ୟସ୍ତ ହୋଇଥାଏ।

ଗାଧୋଇବାରେ ଗରମ ପାଣିର ବ୍ୟବହାର: ଅନେକ ଗରମ ପାଣିରେ ଗାଧୋଇ ଥାନ୍ତି। ତ୍ୱଚା ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଏହା ତ୍ୱଚାକୁ ଶୁଷ୍କ କରିବା ସହ ଏଥିରେ ଥିବା ପ୍ରାକୃତିକ ମଶ୍ଚରାଇଜର୍‌କୁ ଶେଷ କରିଥାଏ।

ଶୋଇବା: ଯଦି ଆପଣ ବାମ କିମ୍ବା ଡାହାଣ କଡ଼ ଦେଇ ଶୋଉଥାନ୍ତି ତେବେ ଏହି ଅଭ୍ୟାସ ଦୂର କରନ୍ତୁ। କାରଣ ତ୍ୱଚା ତକିଆରେ ଘଷିହେବା ଫଳରେ କମ୍‌ ବୟସରେ ଚର୍ମ କୁଞ୍ଚନ ଭଳି ସମସ୍ୟା ଦେଖାଯାଇଥାଏ।

ଲୁଣର ବ୍ୟବହାର: ଅଧିକ ଲୁଣ ଖାଉଥିଲେ ତ୍ୱଚା ଖରାପ ହୋଇଥାଏ।

ତେବେ ସୁନ୍ଦର ତଥା ଉଜ୍ଜଳ ତ୍ୱଚା ପାଇଁ ନିୟମିତ ଭାବେ କରୁଥିବା ଏହି ଭୁଲ୍‌ଠୁ ଆପଣଙ୍କୁ ଦୁରେଇ ରହିବାକୁ ପଡିବ।