Categories: Uncategorized

ଘରେ ଅସରପା ହେଉଛନ୍ତି କି? ତଡ଼ିବା ଲାଗି ଆପଣାନ୍ତୁ ଏହି ଉପାୟ…

ଘର ଅପରିଷ୍କାର ରହିଲେ ବିଭିନ୍ନ ପ୍ରକାରର କୀଟପତଙ୍ଗ ସୃଷ୍ଟି ହେବା ସ୍ବାଭାବିକ କଥା, ଯେମିତିକି ଅସରପା। ଅସରପା ଦେଖିବାକୁ ସିନା ଛୋଟ ଆକାରର ହୋଇଥାଏ; କିନ୍ତୁ ବେଳେବେଳେ ଏମାନଙ୍କ କାର୍ଯ୍ୟକଳାପ ମୁଣ୍ଡ ବିନ୍ଧାର କାରଣ ସାଜେ। କେଉଁଠି ଏମାନେ ପୋଷାକପତ୍ର ଭିତରେ ପଶି ସେଥିରେ ଛୋଟ ଛୋଟ କଣା କରିଦେଲେଣି ତ ଆଉ କେଉଁଠି ଖୋଲାରେ ଥୁଆ ହୋଇଥିବା ଖାଦ୍ୟପଦାର୍ଥରେ ମୁହଁ ମାରି ଦେଲେଣି। ନିତିଦିନ ଏସବୁ ଘଟଣାକୁ ଦେଖି ବିରକ୍ତି ଲାଗିବା ସହ କିପରି ଏମାନଙ୍କୁ ଘରୁ ତଡିବେ ସେ ନେଇ ଯଦି ଚିନ୍ତାରେ ଥାନ୍ତି, ତା’ହେଲେ ଏଠାରେ ଦିଆଯାଇଥିବା ଉପାୟକୁ ଆପଣେଇ ପାରିବେ।

*ଘରର ଚାରିଆଡ଼କୁ ଭଲ ଭାବେ ପରିଷ୍କାର କରିବେ। ଖାଦ୍ୟପଦାର୍ଥଗୁଡ଼ିକୁ ଠିକ୍‌ରେ ଷ୍ଟୋର୍‌ କରିକି ରଖିବେ।

* ଘରର ଯଦି କୌଣସି ସ୍ଥାନ ଭଙ୍ଗା କିମ୍ବା ଫଟା ଥାଏ, ଯେଉଁ ବାଟ ଦେଇ ଅସରପା ଯା’ଆସ କରୁଥିବ ତାହାକୁ ଭଲ ଭାବେ ସିଲ୍‌ କରିଦେବେ।

* ଘରର ପ୍ରତି କୋଣରେ ନିମ୍ବ ତେଲ କିମ୍ବା ପୁଦିନା ତେଲ ଟିକେ ଟିକେ ଛିଞ୍ଚତ୍ଲେ, ତା’ର କଡ଼ା ବାସ୍ନାରେ ଘରେ ଅସରପା ରୁହନ୍ତି ନାହିଁ ବୋଲି ବିଶ୍ୱାସ କରାଯାଏ।

* ଅସରପା ଥଣ୍ଡା, ସନ୍ତସନ୍ତିଆ ସ୍ଥାନରେ ରହିବାକୁ ପସନ୍ଦ କରିଥାନ୍ତି। ତେଣୁ ଘରେ ଯଦି କୌଣସି ପାଇପ୍‌ରୁ ପାଣି ଲିକ୍‌ କରୁଥାଏ, ତାହାକୁ ତୁରନ୍ତ ଠିକ୍‌ କରିଦେବା ଆବଶ୍ୟକ।

* ଯଦି ଏସବୁ ସମ୍ଭବ ହେଉ ନାହିଁ ତା’ହେଲେ ଅସରପା ମୁକ୍ତି ପାଇଁ ବଜାରରେ ମିଳୁଥିବା ସ୍ପ୍ରେୟର ବି ବ୍ୟବହାର କରିପାରିବେ।