ବିପଦରେ ଫସିଛନ୍ତି କି? ଏହି ୫ କଥାରେ ଦୂର ହେବ ବଡ଼ ସମସ୍ୟା

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ କଲେ ସଫଳ ହେବାଠାରୁ କେହି ବି ରୋକି ପାରିବେ ନାହିଁ। ଚାଣକ୍ୟ କହିଛନ୍ତି ବିପଦ ସମୟରେ ଜଣେ ବ୍ୟକ୍ତିଙ୍କୁ ଏହି ୫ କଥା ମନେ ରଖିବା ଉଚିତ…

-ଚାଣକ୍ୟ ନୀତି ଅନୁଯାୟୀ, ବିପଦ ବେଳେ ବ୍ୟକ୍ତିଙ୍କୁ ସାବଧାନ ରହିବା ଉଚିତ। କାରଣ ସେତେବେଳେ ପାଖରେ ସୀମୀତ ସୁଯୋଗ ଥାଏ ଏବଂ ଅଧିକ ଚ୍ୟାଲେଞ୍ଜ ଥାଏ। ଏମିତିରେ ଛୋଟିଆ ଭୁଲ ଅଧିକ କ୍ଷତି କରିପାରେ। ଏଣୁ ସାବଧାନ ରହିବା ଉଚିତ।

-ଚାଣକ୍ୟ ନିଜର ନୀତିରେ କହିଛନ୍ତି ମନୁଷ୍ୟକୁ ବିପଦ ସମୟରୁ ବାହାରକୁ ଆସିବା ଲାଗି ଠୋସ୍‌ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ଥାଏ। ବିପଦ ସମୟରେ ତାକୁ ସେହି ରଣନୀତି ଅନୁଯାୟୀ ପାଦରେ ପାଦ ମିଶାଇ କାମ କରିବାକୁ ପଡ଼ିଥାଏ। ଅନ୍ତତଃ ବିଜେତା ହୋଇଥାଏ। ଆପାତକାଳୀନ ସ୍ଥିତିରେ ଯାହା ପାଖରେ କୌଣସି ରଣନୀତି ନ ଥାଏ ତାକୁ କ୍ଷତି ସହିବାକୁ ପଡ଼ିଥାଏ। ଏଣୁ ବିପଦ ସମୟରେ ସାବଧାନ ରୁହନ୍ତୁ।

-ବିପଦ ସମୟରେ ନିଜ ପରିବାର ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବା ବ୍ୟକ୍ତିର ପ୍ରଥମ କର୍ତ୍ତବ୍ୟ। ଏଥିସହ ପରିବାର ସଦସ୍ୟଙ୍କ ସୁରକ୍ଷାର ବିଶେଷ ଧ୍ୟାନ ଦେବା ଉଚିତ। ଏପରି କରିବା ଦ୍ୱାରା କୌଣସି ବି ଅସୁବିଧାରୁ ବର୍ତ୍ତିଯାଇ ପାରିବେ। ଜୀବନରେ ଆସୁଥିବା ଝଡ଼ଝଞ୍ଜାକୁ ସାହସର ସହ ମୁକାବିଲା କରିପାରିବେ।

-ଚାଣକ୍ୟ ନୀତି ଅନୁସାରେ ବ୍ୟକ୍ତିକୁ ସର୍ବପ୍ରଥମେ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ। କାରଣ ଏହା ସବୁଠାରୁ ବଡ଼ ଧନ। ଯଦି ଜଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ତେବେ ଆପଣ ବିପଦ ସମୟରେ ବାହାରକୁ ଆସିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥାଏ। ମାନସିକ ଏବଂ ଶାରୀରିକ ଶକ୍ତି ଯୋଗେ ଚ୍ୟାଲେଞ୍ଜକୁ ଜିତି ହୁଏ। ଶତ୍ରୁକୁ ପରାଜୟ କରିହୁଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri