ବେଡ୍‌ରୁମ୍‌ରେ ରଖୁଛନ୍ତିକି ଏସବୁ ନିଶ୍ଚିତ ଜାଣନ୍ତୁ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଜିନିଷ ରହିଛି; ଯାହାକୁ ରାତିରେ ଶୋଇବା ସମୟରେ ବେଡ୍‌ ପାଖରେ ରଖିକି ଶୋଇଲେ ଶୁଭଫଳ ମିଳିଥାଏ…
* ତୁଳସୀ ପତ୍ର: ପବିତ୍ର ମନରେ କିଛି ତୁଳସୀ ପତ୍ରକୁ ନେଇ ରାତିରେ ଶୋଇବା ସମୟରେ ବେଡ୍‌ଠାରୁ ଅଳ୍ପ କିଛି ଦୂରରେ ରଖିବେ। ଏମିତି କିଛିଦିନ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ଘରେ ଖୁସିର ବାତାବରଣ ବଢିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
* ବାମ୍ବୋ ପ୍ଲାଣ୍ଟ: ଏହା ଏକ ଏୟାର୍‌ ପ୍ୟୁରିଫାୟାର୍‌ ପ୍ଲାଣ୍ଟ। ଏହାକୁ ମଧ୍ୟ ବେଡ୍‌ରୁମ୍‌ରେ ବେଡ୍‌ ପାଖରେ ରଖିକି ଶୋଇଲେ ନିଦ ଭଲ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
* ଗୋଟା ହଳଦୀ: ରାତିରେ ଶୋଇବା ସମୟରେ ହଳଦିଆ ରଙ୍ଗର କପଡ଼ାରେ କିଛି ଗୋଟା ହଳଦୀକୁ ବାନ୍ଧି ବେଡ୍‌ ପାଖରେ ରଖିକି ଶୋଇଲେ, ବ୍ୟବସାୟ ଅଥବା ଚାକିରିରେ ଆସୁଥିବା ବାଧା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
* ମୟୂର ଚନ୍ଦ୍ରିକା: ବେଡ୍‌ ପାଖରେ ମୟୂର ଚନ୍ଦ୍ରିକା ରଖି ଶୋଇଲେ ଧନ ସମ୍ବନ୍ଧୀୟ ସମସ୍ୟାର ସରଳ ସମାଧାନ ହୋଇଯାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
* ଏକ ଟଙ୍କିଆ ମୁଦ୍ରା: ଶୋଇବା ସମୟରେ ମୁଣ୍ଡିଆ ମାରି ବେଡ୍‌ ପାଖରେ ଏହି ମୁଦ୍ରାରୁ ଗୋଟିଏ ରଖିଲେ ଆର୍ଥିକ ସମସ୍ୟା ଧୀରେ ଧୀରେ ସୁଧୁରିଥାଏ ବୋଲି ଲୋକବିଶ୍ୱାସ ରହିଛି।
* ରସୁଣ ପାଖଡ଼ା: କୁହାଯାଏ, ରାତିରେ ଶୋଇବା ସମୟରେ କିଛି ରସୁଣ ପାଖୁଡ଼ାକୁ ବେଡ୍‌ ପାଖରେ ରଖିକି ଶୋଇଲେ ନିଦ ଭଲ ହୁଏ; ଯଦ୍ଦ୍ବାରା ମନ ଖୁସି ଖୁସି ରହିଥାଏ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳ ଜଳଖିଆରେ କ’ଣ ଖାଇବେ କ’ଣ ମନା ଜାଣିରଖନ୍ତୁ…

ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହା ଆମ ଶରୀର ପାଇଁ ବେଶ୍‌ ଉପକାରୀ। ପ୍ରତିଦିନ କେତେବେଳେ ବ୍ରେକ୍‌ଫାଷ୍ଟ କରିବେ...

ହାର୍ଟ ସୁସ୍ଥ ରହିବା ପାଇଁ…

ହୃତ୍‌ପିଣ୍ଡ ବା ହାର୍ଟ ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ। ହାର୍ଟର କାର୍ଯ୍ୟଧାରାରେ ଯଦି ବାଧା ସୃଷ୍ଟି ହୁଏ ତେବେ ତାହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ...

ମହାକାଶରେ ଇସ୍ରୋର ମହତ୍ତ୍ୱପୂର୍ଣ୍ଣ ଡକିଙ୍ଗ ପରୀକ୍ଷା

ପ୍ରଶ୍ନ ହେଉଛି, ଇସ୍ରୋର ଅନ୍ତରୀକ୍ଷ ଅଭିଯାନରେ ଏହି ମହାକାଶୀୟ ଡକିଙ୍ଗ ଓ ଅନ୍‌ଡକିଙ୍ଗ ପ୍ରକ୍ରିୟାର ଆବଶ୍ୟକତା କ’ଣ? ଏଠାରେ ଦୁଇଟି ଉଦାହରଣ ଦିଆଯାଇ ପାରେ :...

ସନ୍ତୁଳିତ ଜୀବନଶୈଳୀ ଓ ଦୀର୍ଘାୟୁ ଜୀବନ

ଭାରତୀୟ ପ୍ରାଚୀନ ପରମ୍ପରା, ଐତିହ୍ୟ, ସଂସ୍କୃତି ଅତି ମହାନ୍‌। ଆମର ପୂର୍ବପିଢ଼ି ପାଖାପାଖି ଶହେ ବର୍ଷ ବଞ୍ଚତ୍ ରହୁଥିଲେ। ବୟସର ଛାପ ସେମାନଙ୍କୁ ଡେରିରେ ସ୍ପର୍ଶ...

ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଅଙ୍ଗୁର

ଆପଣ ନିଜ ରୋଗ ପ୍ରତିରୋଧକ ଶକ୍ତିକୁ ନେଇ ଚିନ୍ତିତ କି ? ଯଦି ହଁ, ତେବେ ଏହାକୁ କେତେକାଂଶରେ ଦୃଢ଼ କରିବା ପାଇଁ ନିଜର ଦୈନନ୍ଦିନ...

ଚାଇନାରେ ଛୋଟ ପିଲାଙ୍କୁ ସିଝା ଅଣ୍ଡାରେ କରାଯାଏ…

  ଜେଜେମା’ମାନେ ଶିଶୁଙ୍କୁ ତେଲ ମାଲିସ୍‌ କରୁଥିବା ଆମେ କାହିଁ କେବେଠାରୁ ଦେଖିଆସିଛୁ। ଏହାଦ୍ୱାରା ଶିଶୁଙ୍କ ମାଂସପେଶୀ ଓ ହାଡ ଶକ୍ତ ହୁଏ ବୋଲି ବିଶ୍ୱାସ...

ପନାଚିକ୍କଡ଼ ସରସ୍ବତୀ ମନ୍ଦିର : ଜାଣନ୍ତୁ କ’ଣ ରହିଛି ରହସ୍ୟମୟ କଥା

କେରଳର କୋଟ୍ଟାୟମ୍‌ ଜିଲା ଅନ୍ତର୍ଗତକ ସ୍ଥାନ ହେଉଛି ପନାଚିକ୍କଡ଼। ଏଠାରେ ବିଦ୍ୟାଦାତ୍ରୀ ଦେବୀ ସରସ୍ବତୀଙ୍କୁ ସମର୍ପିତ ଏକ ମନ୍ଦିର ରହିଛି; ଯାହା ପନାଚିକ୍କଡ଼ ସରସ୍ବତୀ ମନ୍ଦିର...

ମା’ଙ୍କ ପୂଜାରେ କରନ୍ତୁନାହିଁ ଏମିତି ଭୁଲ: ଜାଣନ୍ତୁ ଉଁଠି ରଖିବେ ମାତା ସରସ୍ବତୀଙ୍କ ମୂର୍ତ୍ତି

* ପୂର୍ବ ଦିଗକୁ ନୂତନ ଆରମ୍ଭ ବା ନୂଆ ଅବସରର ଦିଗ ବୋଲି ଅନେକେ କହିଥାନ୍ତି। ତେଣୁ ଏହି ଦିଗରେ ମାତା ସରସ୍ବତୀଙ୍କର ଫଟୋ ଅଥବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image