କରୁଛନ୍ତି କି ଏସବୁ ଛୋଟ ଛୋଟ ଭୁଲ, ଆର୍ଥିକ ସ୍ଥିତିରେ ପକାଇବ ପ୍ରଭାବ

ବାସ୍ତୁ ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ପାଇଁ ନିର୍ଦ୍ଦିଷ୍ଟ ଦିଗ ରହିଛି। ଯଦି ଏହି ନିୟମଗୁଡିକ ପାଳନ କରାଯାଏ ନାହିଁ ତେବେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଯାହା ପାରିବାରିକ ଜୀବନ, ଆର୍ଥିକ ସ୍ଥିତି ଏବଂ ଅନ୍ୟାନ୍ୟ ଦିଗପ୍ରତି ସିଧାସଳଖ ପ୍ରଭାବ ପକାଇଥାଏ। ତେବେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବା ପାଇଁ ଜାଣନ୍ତୁ କିଛି ଉପାୟ।

ଘରେ କେବେବି ଭଙ୍ଗା ଜିନିଷ ରଖନ୍ତୁ ନାହିଁ । ଘରେ ଏପରି ଜିନିଷ ରଖିବା ଦ୍ୱାରା ସମ୍ପର୍କ ମଧ୍ୟରେ ଅସନ୍ତୋଷ ବଢ଼ିଥାଏ, ବିନା କାରଣରେ ଚାପ ସୃଷ୍ଟି ହୋଇଥାଏ।

ଘରର ମୁଖ୍ୟ ଫାଟକ ହେଉଛି ଶକ୍ତି ପ୍ରବେଶ ପଥ। ମନେରଖନ୍ତୁ ଯେ, ମୁଖ୍ୟ ଫାଟକ ନିକଟରେ ଅନ୍ଧକାର ରହିବା ଉଚିତ୍‌ ନୁହେଁ।

ଘରର ନକାରାତ୍ମକ ଶକ୍ତି ହଟାଇବା ପାଇଁ ଘରେ ଲୁଣ ପାଣି ସିିଞ୍ଚନ୍ତୁ।

ଘରେ ଏକ ମନି ପ୍ଲାଣ୍ଟ ରହିବା ଉଚିତ୍‌।