Categories: ଜାତୀୟ

ଆପଣ ପ୍ରଧାନମନ୍ତ୍ରୀ ନା ଫିଲ୍ମର ପ୍ରମୋଟର: ପ୍ରଧାନମନ୍ତ୍ରୀଙ୍କୁ ଓଓ୍ବାଇସିଙ୍କ କଟାକ୍ଷ…

ଲକ୍ଷ୍ନୌ,୧୦।୫ : ଗାଜିଆବାଦର ଡାସନା ନଗର ପଞ୍ଚାୟତର ନିର୍ବାଚନ ପ୍ରଚାର ସମୟରେ ଏଆଇଏମଆଇଏମ ଦଳର ମୁଖ୍ୟ ଅସଦୁଦ୍ଦିନ ଓୱାଇସି ସମାଜବାଦି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଅଖିଳେଶ ତାଙ୍କ ପିତାଙ୍କ  ସକ୍ଷମ ନୁହଁନ୍ତି ଏବଂ ତାଙ୍କ ଭଳି ସାହସ ମଧ୍ୟ କରନ୍ତି ନାହିଁ। ଅଖିଲେଶ ମିରଟର ୱାର୍ଡକୁ ଯାଆନ୍ତି ଯେଉଁଠି ମୁସଲମାନମାନଙ୍କ ସଂଖ୍ୟା ଅଧିକ। କିନ୍ତୁ ସେଠାରେ ଥିବା ଲୋକମାନେ ତାଙ୍କ ମୁହଁରେ ମଜଲିସ ସପକ୍ଷରେ ସ୍ଲୋଗାନ ଦେଇଥିଲେ।

ଏହା ସହ ଓୱାଇସି ଲୋକସଭା ନିର୍ବାଚନ ବିଷୟରେ କହିଛନ୍ତି ଅଖିଳେଶ ଯାଦବ କେତେବେଳେ କେସିଆରଙ୍କ ସହିତ ବସୁଛନ୍ତି ତ କେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବେଳେବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମିଳାମିଶା କରୁଛନ୍ତି।

ଯଦି ଆପଣ ଦେଶର ପ୍ରଧାନମନ୍ତ୍ରୀ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ବିକାଶ ବିଷୟରେ ପଚାରନ୍ତି, ତେବେ ସେମାନେ କହିବେ ନିରୀହ ଲୋକଙ୍କ ଘରେ ବୁଲଡୋଜର ଚଢ଼ାଯାଇଛି ଏବଂ ମାଫିଆ ନଷ୍ଟ ହୋଇଯାଇଛି। ମୋତେ କୁହନ୍ତୁ ଭାଜପାରେ କେତେ ମାଫିଆ ଅଛନ୍ତି, ସେମାନଙ୍କ ଉପରେ ଫୁଲ ବର୍ଷା କରାଯାଉଛି।

ଅନ୍ୟପକ୍ଷରେ, ଯେଉଁମାନଙ୍କ ହାତରେ ଶିକୁଳି ଅଛି, ସେମାନଙ୍କ ମୁଣ୍ଡରେ ଗୁଳି ବାଜିଛି ପୋଲିସ ହେପାଜତରେ।
ଅତିକଙ୍କର ହତ୍ୟାକାରୀଙ୍କ ବିଷୟରେ ଓୱାଇସି କହିଛନ୍ତି ଯଦି ସେମାନେ ଜୟ ଶ୍ରୀରାମଙ୍କ ସ୍ଲୋଗାନ ନ ଦେଇ ତକବୀର ପାଠ କରିଥାନ୍ତେ ତେବେ ତାଙ୍କୁ ସେଠାରେ ହିଁ ଗୁଳି କରି ହତ୍ୟା କରାଯାଇଥାନ୍ତା।

ଏନକାଉଣ୍ଟର ଯାହାର ହେଉନା କାହିଁକି ଏହା ଗଣତନ୍ତ୍ରକୁ ଦୁର୍ବଳ କରିଥାଏ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପଚାରୁଛି ଆହ୍ଲାବାଦରେ ଗୁଳି ଚଳାଇଥିବା ଲୋକ କିଏ, ସେମାନଙ୍କ ପରିବାର ଏକ କୁଟୀରରେ ରୁହନ୍ତି। ସେମାନେ ପାକିସ୍ତାନରୁ ଟଙ୍କା ପାଇଛନ୍ତି  ନା ଆଇଏସ ଟଙ୍କା ଦେଇଛି  କିମ୍ବା ନାଥୁରାମ ଗୋଡସେଙ୍କର ବେଆଇନ ସନ୍ତାନ ସେମାନେ।

ଦି କେରଲା ଷ୍ଟୋରି ଫିଲ୍ମ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରୁଛନ୍ତି। ମୁଁ ପଚାରିବାକୁ ଚାହେଁ ଆପଣ ଜଣେ ପ୍ରଧାନମନ୍ତ୍ରୀ ନା ଫିଲ୍ମର ପ୍ରମୋଟର। ପ୍ରଧାନମନ୍ତ୍ରୀଙ୍କ ପରି କେହି ଅଭିନୟ କରିପାରିବେ ନାହିଁ। ଅଖିଳେଶ ଚେଷ୍ଟା କରୁଛନ୍ତି କିନ୍ତୁ ବିଫଳ ହେଉଛନ୍ତି।

ଦେଶ ଭ୍ରମଣ କରିଥିବା କଂଗ୍ରେସ ନେତାମାନେ ମଧ୍ୟ ତାଙ୍କ ଅଭିନୟ ସାମ୍ନାରେ ଫ୍ଲପ ହୋଇଯାଇଛନ୍ତି। ଦୁନିଆର ସମସ୍ତ ଚଳଚ୍ଚିତ୍ର ତାରକା ମଧ୍ୟ ଖୁସି ହେବେ ପ୍ରଧାନମନ୍ତ୍ରୀଙ୍କୁ ଏଠାରେ ରଖାଯାଉ, ନଚେତ ତାଙ୍କ ଅଭିନୟ ଦୋକାନ ବନ୍ଦ ହୋଇଯିବ।

Share