Posted inଜାତୀୟ

‘ବୋରଲିନ’ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୮।୧୦: ବୈଜ୍ଞାନିକଙ୍କ ବଡ଼ ଖୁଲାସା! ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ଓ ପ୍ରତିଟି ଘରେ ବ୍ୟହହୃତ ହେଉଥିବା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ। ଏଥିରେ ମେଣ୍ଢାର ଲୋମରୁ ଆବିଷ୍କୃତ କରାଯାଇ ପଶୁ ଚର୍ବିକୁ ରିଫାଇନଡ୍‌ କରି ଏକ ପଦାର୍ଥ ବାହାର କରାଯାଇଥାଏ। ଯେଉଁଥିରୁ ଏହା ପ୍ରସ୍ତୁତ କରାଯାଏ। ଏପରି ଦାବି କରିଛନ୍ତି ଚିକିତ୍ସକ-ବୈଜ୍ଞାନିକ ଡ. Cyriac Abby Philips। ସେ ସୋସିଆଲ ମିଡିଆରେ ‘ଲିଭର ଡାକ୍ତର’ ଭାବେ ଜଣାଶୁଣା।

ସେ କହିଛନ୍ତି, ବୋରଲିନରେ ମୁଖ୍ୟ ଉପାଦାନ ବୋରିକ୍‌ ଏସିଡ୍‌ ଥିବାର ଏହାକୁ ଆଣ୍ଟିସେପଟିକ୍‌ କ୍ରିମ୍‌ କୁହାଯାଏ। କିନ୍ତୁ ଏହା ଆୟୁର୍ବେଦିକ ଔଷଧ ଭାବରେ ବ୍ୟବହୃତ ହୁଏନାହିଁ। ତେବେ ଏହା ପ୍ରତି ଘରେ ଘରେ ବ୍ୟବହୃତ ହୋଇଥାଏ। ଖାସ୍‌ କରି ଏହାକୁ ଖଣ୍ଡିଆ, ପୋଡିଗଲେ କିମ୍ବା ଚର୍ମ ସଂକ୍ରମଣ କିମ୍ବା ଓଠ ଫାଠିଥିଲେ ବ୍ୟବହୃତ କରାଯାଏ। ତେବେ ସୋସିଆଲ ମିଡିଆ ଏକ୍ସରେ ଡ. ଫିଲିପ୍‌ ଆହୁରି କହିଛନ୍ତି, ଏହି ବୋରଲିନରେ ବୋରିକ୍‌ ଏସିଡ୍‌ , ଜିଙ୍କ୍‌ ଓକ୍‌ାଇଡ ଓ ଲାନୋଲିନ (extracted from sheep’s wool containing refined versions of animal skin grease and animal sweat salt) ରହିଛି।

ଅନ୍ୟ ଏକ ଟ୍ବିଟରେ ସେ କହିଛନ୍ତି, tankan amla ବୋରିକ୍‌ ଏସିଡ୍‌ର ଏକ ଉପାଦାନ। କିନ୍ତୁ ଅଁଳା ଭାରତରେ ମିଳୁଥିବା ବିଭିନ୍ନ ଔଷଧୀୟ କୋଳି ଭିତରେ ଅନ୍ୟତମ। କିନ୍ତୁ ଟନକାନ ଅଁଳା ଏକ ପାଉଡର ଗୁଜ୍‌ବେରୀ। ଏହାର ବୋରିକ୍‌ ଏସିଡ୍‌ରେ କୌଣସି କାମ ନାହିଁ। ଏହି ସାମଗ୍ରୀ ବିଶ୍ୱସ୍ତରରେ ବିକ୍ରି ହେଉଥିବାବେଳେ ଏପରି ଭୂଲ ତଥ୍ୟ ଦେବା ଠକେଇ କରିବା ସହ ସମାନ ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

ରାଜସ୍ଥାନର ଲେଡି ସିଙ୍ଘମ ଆଇପିଏସ୍‌ଜଣଙ୍କ କିଏ? ଯାହାଙ୍କ ସ୍କାନର୍‌ରେ ୨୪ ଘଣ୍ଟା ରହୁଛନ୍ତି ଲରେନ୍ସ ବିଶ୍ନୋଇ…

ନୂଆଦିଲ୍ଲୀ,୧୮।୧୦: ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରାଠାରେ ଦଶହରା ଦିନ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ତାଙ୍କ ହତ୍ୟାର ଦାୟିତ୍ୱ ନେଇଛନ୍ତି।...

କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା...

ଡିଜେ ସାଉଣ୍ଡ ଶୁଣି ଟଳିପଡିଲେ ନାବାଳକ

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡିଜେର ଉଚ୍ଚ ସ୍ବର ଯୋଗୁ ଜଣେ ନାବାଳକଙ୍କ ଜୀବନ ଯାଇଛି। ନିକଟରେ ଦଶହରା...

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ଏପର୍ଯ୍ୟନ୍ତ...

ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ!

ମୁମ୍ବାଇ,୧୮।୧୦: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ନିୟମ ଭାଙ୍ଗିବାର ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ...

ଲରେନ୍ସ ବିଷ୍ଣୋଇଙ୍କ ସହ ଭିଡ଼ିଓ କଲ୍‌ରେ କଥା ହେବାକୁ ଚାହୁଁଛନ୍ତି ସଲମାନଙ୍କ ପୂର୍ବତନ ପ୍ରେମିକା: ଜାଣନ୍ତୁ କାହିଁକି

ମୁମ୍ବାଇ, ୧୮।୧୦:ଅଭିନେତା ସଲମାନ ଖାନ୍‌ଙ୍କ ପୂର୍ବତନ ପ୍ରେମିକା ତଥା ଅଭିନେତ୍ରୀ ଓ ଆମେରିକୀୟ ମହିଳା ଅଧିକାର କର୍ମୀ ସୋମି ଅଲ୍ଲୀ ଗୁରୁବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri