
କେଶ ଝଡ଼ିବା କମାଇବା ପାଇଁ ଅନେକେ ବିଭିନ୍ନ ଶାମ୍ପୁ, କଣ୍ଡିଶନର୍, ସେରମ୍ ଲଗାଇବା ସହିତ ବ୍ୟୁଟିପାର୍ଲରରେ ହେୟାର୍ ସ୍ପା ଏବଂ ଅନ୍ୟାନ୍ୟ ଟ୍ରିଟ୍ମେଣ୍ଟ କରିବାକୁ ପଛାଉ ନାହାନ୍ତି। ହେଲେ ଏସବୁ ଆଦୌ ସ୍ଥାୟୀ ସମାଧାନ ନୁହେଁ। ତେଣୁ ପ୍ରତିଦିନକେତୋଟି ଯୋଗାସନ ଅଭ୍ୟାସ କଲେ କେଶ ଝଡ଼ିବାସମସ୍ୟାରୁ ମୁକ୍ତି ପାଇପାରିବେ…
ଶୀର୍ଷାସନ: ମୁଣ୍ଡକୁ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ସଞ୍ଚାଳନ କରିବାରେ ଏହି ଆସନ ବହୁତ ସାହାଯ୍ୟ କରିଥାଏ। ଫଳରେ କେଶ ଝଡ଼ିବା କମ୍ ହେବା ସହ ମଜଭୁତ ଏବଂ ଘନ ହୋଇଥାଏ। ହେଲେ ମନେରଖନ୍ତୁ, ପ୍ରଥମେ ଏହି ଆସନ କରିବା ପୂର୍ବରୁ ଏକ୍ସପର୍ଟଙ୍କ ପରାମର୍ଶ ନେବା ସହ ତାଙ୍କ ଉପସ୍ଥିତିରେ ଅଭ୍ୟାସ କରନ୍ତୁ, ନଚେତ୍ ବେକରେ ରକା ହୋଇପାରେ।
ବଜ୍ରାସନ: ବର୍ତ୍ତମାନ ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଗ୍ୟାଷ୍ଟ୍ରିକ୍ ସମସ୍ୟା ମଧ୍ୟ କେଶ ଝଡ଼ିବାର ଅନ୍ୟତମ କାରଣ। ଏଭଳି ସମସ୍ୟା ଥିଲେ ସନ୍ତୁଳିତ ଖାଦ୍ୟ ଖାଇବା ସହ ଖାଇ ସାରବା ପରେ ଅତି କମ୍ରେ ୧୦ ମିନିଟ ପର୍ଯ୍ୟନ୍ତ ବଜ୍ରାସନରେ ବସନ୍ତୁ। ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ଗ୍ୟାଷ୍ଟ୍ରିକ୍ ଏବଂ ଅନ୍ୟାନ୍ୟ ପେଟଜନିତ ସମସ୍ୟା ଦୂର ହେବ ଏବଂ କେଶ ଝଡ଼ିବା କମ୍ ହେବ।
ଅଧମୁଖା ସ୍ବାନାସନ : ଯେଉଁମାନଙ୍କ ଶରୀରରେ ବିଶେଷକରି ମୁଣ୍ଡକୁ କୌଣସି କାରଣରୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ସେମାନଙ୍କଠାରେ କେଶ ଝଡ଼ିବା ସମସ୍ୟା ଦେଖାଦେଇଥାଏ। ଏହାକୁ ଦୂର କରିବା ଲାଗି ସେମାନଙ୍କ ପାଇଁ ପ୍ରତିଦିନ କିଛି ସମୟ ଅଧମୁଖା ସ୍ବାନାସନ କରିବା ବେଶ୍ ଲାଭଦାୟକ। ଏହି ଆସନ ସୂର୍ଯ୍ୟ ନମସ୍କାର ମଧ୍ୟରୁ ଗୋଟିଏ। ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ କରିବାରେ ସାହାଯ୍ୟ କରେ। ଫଳରେ କେଶ ମୂଳକୁ ରକ୍ତ ସହ ଅମ୍ଳଜାନ ପହଞ୍ଚତ୍ପାରେ।
ମତ୍ସାସନ: ଲମ୍ବା, ମଜଭୁତ ଏବଂ ଘନ କଳା କେଶ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ଆସନ ଖୁବ୍ ଲାଭଦାୟକ ହୋଇପାରିବ। କେବଳ କେଶ ପାଇଁ ନୁହେଁ, ଏହା ଶରୀରରୁ ମେଦବହୁଳତା ଦୂର କରିବା ସହ ବିଷାକ୍ତ ଉପାଦାନ ନିର୍ଗତ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ କରାଇଥାଏ। ମେରୁଦଣ୍ଡ ଏବଂ ବେକଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।