ବଲାଙ୍ଗୀର ଅଫିସ,୧ା୮: କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ (କେକେବିଏନ) ଡିଭିଜନ ସିପିଆଇ (ମାଓବାଦୀ) ଦଳର ଜଣେ ସକ୍ରିୟ ସଦସ୍ୟ ଆଇତୁ କୋରସା ଓରଫ ସୁରଜନ ଓରଫ ଅମିତ୍ (୨୩) ବଲାଙ୍ଗୀର ଏସ୍ପି ଅଫିସରେ ରବିବାର ଆତ୍ମସମର୍ପଣ କରିଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଡା. ଦୀପକ କୁମାର ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ମାଓବାଦୀ କାର୍ଯ୍ୟକଳାପ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲକ୍ଷ୍ୟ ନେଇ ସେ ଆତ୍ମସମର୍ପଣ କରିଥିବା ଡିଆଇଜି ସୂଚନା ଦେଇଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲାର ବୋଲି ଜଣାପଡ଼ିଛି ।