ଆର୍ଜେଣ୍ଟିନାରେ ୬.୬ ତୀବ୍ରତାର ଭୂକମ୍ପ

ବ୍ୟୁନସ,୧୭।୭: ଆର୍ଜେଣ୍ଟିନାରେ ରବିବାର ଏକ ବଡ ଭୂକମ୍ପ ଅନୁଭୁତ ହୋଇଛି। ନାଶନାଲ ସେଣ୍ଟର ଫର ସିସ୍ମୋଲୋଜିର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୬ ମପାଯାଇଛି।ଏହି ଭୂକମ୍ପର ଝଟ୍‌କା ଏତେ ଥିଲା ଯେ ଏହା ପଡୋଶୀ ଦେଶ ଚିଲିରେ ବି ଅନୁଭୁତ ହୋଇଥିବା ଜଣାପଡିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସୂଚନା ଅନୁଯାୟୀ ୧୭୧ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ଆର୍ଜେଣ୍ଟିନାର ନିଉକେନ ପ୍ରଦେଶରେ ଥିଲା, ଲଙ୍କୋପୁ ସହରର ୨୫ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ଏହା ଅବସ୍ଥିତ। ପଡୋଶୀ ଚିଲିର କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାଗରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଆର୍ଜେଣ୍ଟିନା କିମ୍ବା ଚିଲି କର୍ତ୍ତୃପକ୍ଷ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ପ୍ରକାଶ କରି ନାହାଁନ୍ତି।

Share