Categories: ଖେଳ

ଆର୍ଜେଣ୍ଟିନା- ଫ୍ରାନ୍ସ ମ୍ୟାଚ୍‌ ଡ୍ର

ରାଉରକେଲା ଅଫିସ,୨୦।୧: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଆର୍ଜେଣ୍ଟିନା-ଫ୍ରାନ୍ସ ହକି ବିଶ୍ୱକପ୍‌ ମ୍ୟାଚ ୫-୫ ଗୋଲରେ ଡ୍ର ରହିଛି। ଆର୍ଜେଣ୍ଟିନା ଦଳର ଅଧିନାୟକ ଭିକ୍ଟର ଚାର୍ଲେଟ ୩୫, ୩୭, ୪୮ ଓ ୫୯ତମ ମିନିଟରେ ଏକାକୀ ୪ଟି ଗୋଲ ସ୍କୋର କରିଥିଲେ। ଇଟିନେ ଟେନ୍‌ଭେଜ ଦଳ ପକ୍ଷରୁ ଅନ୍ୟ ଗୋଲଟି ସ୍କୋର କରିଥିଲେ। ଆର୍ଜେଣ୍ଟିନା ପକ୍ଷରୁ ନିକୋଲାସ ଡେଲା ଟୋରେ ୩୩, ୪୧ ଓ ୫୯ତମ ମିନିଟରେ ପେନାଲ୍ଟି କର୍ନରରୁ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିବାବେଳେ ନିକୋଲାସ କିନାନ ୨ୟ ଏବଂ ମାର୍ଟିନ ଫେରେରୋ ୫୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଗ୍ରୁପ୍‌ ପର୍ଯ୍ୟାୟ ଶେଷରେ ପୁଲ୍‌ ‘ଏ’ ରୁ ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହି ଆର୍ଜେଣ୍ଟିନା ଓ ଫ୍ରାନ୍ସ କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Share