Categories: ଖେଳ

ଆର୍ଜେଣ୍ଟିନା-ଫ୍ରାନ୍ସ ସଂଘର୍ଷପୂର୍ଣ୍ଣ

ଦୋହା, ୧୮।୧୨: ଲୁସେଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫ୍ରାନ୍ସ-ଆର୍ଜେଣ୍ଟିନା ବିଶ୍ୱକପ ଫାଇନାଲ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ଲିଓନେଲ ମେସି ଓ ଆଞ୍ଜେଲ ଡି’ ମାରିଆଙ୍କ ମାଧ୍ୟମରେ ୨ଟି ଗୋଲ ଦେଇଥିବାବେଳେ ଦ୍ୱିତୀୟାର୍ଦ୍ଧର ୯୭ ସେକେଣ୍ଡ ମଧ୍ୟରେ ଫ୍ରାନ୍ସର କିଲିଆନ ଏମ୍‌ବାପେ ୨ଟିଯାକ ଗୋଲ ପରିଶୋଧ କରିଦେବାରୁ ମ୍ୟାଚ ୨-୨ ସ୍ଥିତିରେ ଅତିରିକ୍ତ ସମୟକୁ ଯାଇଥିଲା। ଅତିରିକ୍ତ ସମୟରେ ମଧ୍ୟ ମେସି ଓ ଏମ୍‌ବାପେ ଗୋଟିଏ ଲେଖାଏ ଗୋଲ ଦେବାରୁ ମ୍ୟାଚ ୩-୩ ସ୍ଥିତି ରହିଛି।

Share