ଟୋକିଓ,୨୪।୭: ଟୋକିଓ ଅଲିମ୍ପିକ୍ସ ମହାକୁମ୍ଭର ପ୍ରଥମ ଦିନରେ ସାମ୍ନାକୁ ଆସିଛି ପୂରା ଖେଳ ଜଗତକୁ ନିନ୍ଦିତ କଲା ଭଳି ଦୃଶ୍ୟ। ଶନିବାର ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୧-୧ ଗୋଲରେ ବରାବର ରହିଥିଲା। ମ୍ୟାଚ୍ ଶେଷ ହେବାର କିଛି ମିନିଟ୍ ପୂର୍ବରୁ ମାଂସପେଶୀ ଜନିତ ଆହତ ସମସ୍ୟା ଯୋଗୁ ଫିଲ୍ଡରେ ଶୋଇ ପଡ଼ିଥିଲେ ସ୍ପାନିଶ ଖେଳାଳି ଡେଭିଡ୍ ଆଲେଗ୍ରେ। ପ୍ରତିପକ୍ଷ ଆର୍ଜେଣ୍ଟିନାର ଜଣେ ଖେଳାଳି ଆଲେଗ୍ରେଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ଚିକିତ୍ସା ଚାଲିଥିବାବେଳେ ୩୬ ବର୍ଷୀୟ ସ୍ପାନିଶ ଖେଳାଳିଙ୍କ ମୁହଁରେ ଆର୍ଜେଣ୍ଟିନାର ଲୁକାସ ରୋସି କହିଥିଲେ, ‘ଜାଣିଶୁଣି ସମୟ ନଷ୍ଟ କରୁଛ’। ଏହାପରେ ଆଲେଗ୍ରେଙ୍କ ମୁଣ୍ଡକୁ ହକି ଷ୍ଟିକ୍ରେ ମାରିଥିଲେ।
ଏହି ଘଟଣା ପରେ ଦୁଇ ଦଳର ଖେଳାଳିମାନେ ପରସ୍ପରକୁ ଗାଳି କରିଥିଲେ। ଉଭୟ ଦଳର ଅଫିସିଆଲଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଘଟଣା କିଛି ମିନିଟ୍ ପରେ ରେଫରି ମ୍ୟାଚ୍କୁ ଡ୍ର’ ଘୋଷଣା କରାଯାଇଥିଲେ।