Posted inଖେଳ

ଟାଇଟଲ ବିଜୟରେ ଆର୍ଜେଣ୍ଟିନାର ରେକର୍ଡ

ମିୟାମି ଗାର୍ଡେନ୍ସ, ୧୬ା୭: ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ସୋମବାର କଲମ୍ବିଆକୁ ୧-୦ ଗୋଲରେ ପରାସ୍ତ କରି କୋପା ଆମେରିକା ଫୁଟବଲ ୨୦୨୪ ବିଜୟୀ ହୋଇଛି। ଏହା ସହିତ ରେକର୍ଡ ୧୬ ଥର ପାଇଁ ଆର୍ଜେଣ୍ଟିନା ଏହି ସମ୍ମାନଜନକ ଟାଇଟଲ ଜିତିଛି।

ପୂର୍ବରୁ ଉରୁଗୁଏ ଓ ଆର୍ଜେଣ୍ଟିନା ସମାନ ୧୫ ଥର ଲେଖାଏ ଏହି ଟାଇଟଲ ଜିତିଥିଲେ। ଆର୍ଜେଣ୍ଟିନା ପକ୍ଷରୁ ଲଉଟାରୋ ମାର୍ଟିନେଜ୍‌ (୧୧୨) ମିନିଟ୍‌ରେ ଏକମାତ୍ର ଗୋଲ ଦେଇଥିଲେ। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ଟି ଗୋଲ ଶୂନ୍ୟ ରହିଥିଲା। ୯୦+୭ ମିନିଟ୍‌ରେ ମାର୍ଟିନେଜ୍‌ ସବ୍‌ଷ୍ଟିଚ୍ୟୁଟ୍‌ ଖେଳାଳି ଭାବରେ ପଡ଼ିଆରେ ପ୍ରବେଶ କରିଥିଲେ। ୧୧୨ ମିନିଟ୍‌ରେ ମାର୍ଟିନେଜ୍‌ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ୨୯ ତମ ଗୋଲ ସ୍କୋର କରି ଦଳକୁ ବିଜୟୀ କରିଥିଲେ।

ଜିଓଭାନ ଲୋ ସେଲସୋ ଓ ଲିଓନାର୍ଡୋ ପାରେଦେଶଙ୍କ ପାସ୍‌କୁ ଏକ ଚମତ୍କାର ଶଟ୍‌ ମାରିବା ସହ କଲମ୍ବିଆ ଗୋଲକିପର କାମିଲୋ ଭାର୍ଗାସଙ୍କୁ ପରାସ୍ତ କରିଥିଲେ। ଚଳିତ ଟୁର୍ନାମେଣ୍ଟରେ ଏହା ମାର୍ଟିନେଜଙ୍କ ପଞ୍ଚମ ଗୋଲ। ଚଳିତ ବର୍ଷ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ସେ ନିଜ ନାମରେ କରିଛନ୍ତି। ଏହା ସହ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା କଲମ୍ବିଆକୁ ନିରାଶ ହେବାକୁ ପଡିଛି।

ସେହପରି ୨୦୨୨ରୁ କ୍ରମାଗତ ୨୮ ମ୍ୟାଚ୍‌ ଧରି ଅପରାଜେୟ ରହିଥିବା କଲମ୍ବିଆର ବିଜୟ ଧାରାରେ ମଧ୍ୟ ବିରାମ ଲାଗିଛି। ମ୍ୟାଚ୍‌ରେ ଅଧିକାଂଶ ସମୟ କଲମ୍ବିଆ ଖେଳକୁ ନିୟନ୍ତ୍ରଣରେ ରଖିଥିଲା। ଦଳ ୫୬ ପ୍ରତିଶତ ସମୟ ବଲ୍‌ ନିୟନ୍ତ୍ରଣରେ ରଖିଥିବା ବେଳେ ପାସ୍‌ ଓ ପାସ୍‌ ଆକ୍ୟୁରେଶିରେ ମଧ୍ୟ ଆଗୁଆ ରହିଥିଲା। ଆର୍ଜେଣ୍ଟିନା ଖେଳାଳି ୪୭୪ ପାସ୍‌ କରିଥିବା ବେଳେ ଆକ୍ୟୁରେଶି ୮୨ ପ୍ରତିଶତ ରହିଥିଲା। ଅନ୍ୟ ପକ୍ଷରେ କଲମ୍ବିଆ ଖେଳାଳି ୬୦୬ ପାସ୍‌ କରିଥିବା ବେଳେ ଆକ୍ୟୁରେଶି ୮୫ ପ୍ରତିଶତ ଥିଲା। ୧୬ ତମ ଟାଇଟଲ ବିଜୟ ସହ ଆଉ ଏକ ରେକର୍ଡ ନିଜ ନାମରେ କରିଛି ଆର୍ଜେଣ୍ଟିନା। ଲଗାତର ତୃତୀୟ ମେଜର ଟାଇଟଲ ଜିତି ଏହା ସ୍ପେନ୍‌ର ସମକକ୍ଷ ହୋଇଛି।

୨୦୨୧ରେ କୋପା ଆମେରିକା, ୨୦୨୨ରେ ବିଶ୍ୱକପ ଓ ଚଳିତ ବର୍ଷ କୋପା ଆମେରିକା ବିଜୟୀ ହୋଇଛି ଆର୍ଜେଣ୍ଟିନା। ଅନ୍ୟ ପକ୍ଷରେ ସ୍ପେନ୍‌ ୨୦୦୮ ଓ ୧୨ରେ ୟୁରୋ କପ୍‌ ଜିତିଥିବା ବେଳେ ୨୦୧୦ରେ ବିଶ୍ୱକପ ଜିତିଥିଲା। ଫାଇନାଲ ମ୍ୟାଚ୍‌ରେ ଦର୍ଶକଙ୍କ ଗଣ୍ଡଗୋଳ କାରଣରୁ ମ୍ୟାଚ୍‌ଟି ପ୍ରାୟ ୧ ଘଣ୍ଟା ୨୨ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା। ମ୍ୟାଚ୍‌ ସ୍ଥାନୀୟ ସମୟ ୮.୦୦ରେ ଆରମ୍ଭ ହେବାର ଥିଲା। ତେବେ କଲମ୍ବିଆ ସମର୍ଥକ ପ୍ରବଳ ଭିଡ଼ କରିବା ଫଳରେ ଗେଟ୍‌ ମଧ୍ୟରେ ଯିବା ସମ୍ଭବ ହୋଇ ନ ଥିଲା। ଏପରିକି ଅନେକ ଫ୍ୟାନ୍‌ ଗେଟ୍‌ ଡେଇଁ ପଳାଇ ଯାଇଥିଲେ। ଫଳରେ କିଏ ଟିକେଟ କରିଛନ୍ତି ଓ କିଏ କରିନାହାନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲା। ପୂର୍ବରୁ ଉରୁଗୁଏ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ମଧ୍ୟ କଲମ୍ବିଆ ସମର୍ଥକ ସମାନ ଆଚରଣ କରିଥିଲେ। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଶେଷ ହେବା ପରେ କଲମ୍ବିଆ ପପ୍‌ ଷ୍ଟାର ଶାକିରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର...

୧୪ ବର୍ଷ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭବିଷ୍ୟବାଣୀ କରିଥିଲେ ଜୋଫ୍ରା ଆର୍ଚର

ନୂଆଦିଲ୍ଲୀ,୧୮।୧୦: ନ୍ୟୁଜିଲ୍ୟାଣ୍ଡ ସହ ଖେଳାଯାଉଥିବା ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ନିରାଶାଜନକ ବ୍ୟାଟିଂର ସାକ୍ଷୀ ହୋଇଛି। ୪୬ ସ୍କୋରରେ ପୂରା ଦଳ...

IPL 2025 ମେଗା ଅକ୍ସନର ଆସିଲା ତାରିଖ! ଜାଣନ୍ତୁ କେବେ ହେବ ଏହାର ଆୟୋଜନ

ନୂଆଦିଲ୍ଲୀ,୧୮।୧୦: IPL 2025 ର ମେଗା ନିଲାମକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି। ଏବେ ଏହାର ତାରିଖ ପ୍ରକାଶ ପାଇଛି। ଏହା କୁହାଯାଉଛି ଯେ...

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri