ଏହି ଅଭିନେତ୍ରୀଙ୍କ ପାଇଁ ସଲମାନ-ଶାହାରୁଖଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଝଗଡ଼ା

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ୍‌ ଏବଂ ଦବଙ୍ଗ ସଲ୍‌ମାନ ଖାନ୍‌ ସବୁଠୁ ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଜଣେ ଅଭିନେତ୍ରୀଙ୍କ ପାଇଁ ଏହି ଦୁଇଜଣଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଫଳରେ କିଛିବର୍ଷ ଧରି ଦୁହେଁ କଥାବାର୍ତ୍ତା କରୁ ନ ଥିଲେ। ଝଗଡ଼ାର କାରଣ ହେଲା କ୍ୟାଟ୍ରିନା କୈଫ୍‌ଙ୍କ ବାର୍ଥ ଡେ ପାର୍ଟିରେ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
୨୦୦୮ରେ କ୍ୟାଟ୍ରିନାଙ୍କ ଜନ୍ମଦିନ ଥିଲା। ଏହି ପାର୍ଟିରେ ଯୋଗ ଦେଇଥିଲେ ଶାହାରୁଖ। ପରେ ଶାହାରୁଖଙ୍କୁ ଦେଖି ପ୍ରବଳ ରାଗି ଯାଇଥିଲେ ସଲମାନ। ଏକ ସାକ୍ଷାତକାରରେ ଶାହାରୁଖ କହିଥିଲେ, ସଲମାନଙ୍କ କଥାରେ ମୁଁ ବହୁତ ଲାଜେଇ ଯାଇଥିଲି। ମୋ’ ସହ ଝିଅ ଏବଂ ପୁଅ ଥିଲେ। କିନ୍ତୁ ସେମାନଙ୍କୁ କ’ଣ କହି ବୁଝାଇବି ଭାବି ପାରୁ ନ ଥିଲି।

ଏହି ଅସନ୍ତୋଷ୨୦୦୨ରେ ଫିଲ୍ମ ‘ଚଲ୍‌ତେ ଚଲ୍‌ତେ’ର ଶୁଟିଂ ସମୟରେ ଆରମ୍ଭ ହୋଇଥିଲା। କୁହାଯାଏ, ଫିଲ୍ମରେ ପୂର୍ବରୁ ରାନୀ ମୁଖାର୍ଜୀଙ୍କ ସ୍ଥାନରେ ଐଶ୍ୱର୍ଯ୍ୟା ରାୟ ଥିଲେ। ମାତ୍ର ସଲମାନ ଖାନ୍‌ ଐଶ୍ୱର୍ଯ୍ୟାଙ୍କୁ ଭେଟିବା ପାଇଁ ଆସିଥିଲେ। ତାଙ୍କୁ ନେଇ ସେଟ୍‌ ଉପରେ ସିନ୍‌ କ୍ରିଏଟ କରିଦେଇଥିଲେ। ଏହାପରେ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେ ଯାହା ବି ହେଉ। ଗତସ୍ୟ ଶୋଚନା ନାସ୍ତି। ବର୍ତ୍ତମାନ ଦୁଇଜଣ ପୁଣି ଭଲ ବନ୍ଧୁ ହୋଇଯାଇଛନ୍ତି।

Share