Categories: ଜାତୀୟ

କୋଲକାତା ମାମଲାର ଶୁଣାଣିବେଳେ ଯୁକ୍ତିତର୍କ: ହସୁଥିଲେ କପିଲ ସିବଲ, ଆଉ ତା’ପରେ କୋର୍ଟରେ ରାଗିଗଲେ…

କୋଲକାତା,୨୩।୮: କୋଲକାତା ବଳାତ୍କାର ହତ୍ୟା ମାମଲାର ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ କପିଲ ସିବଲ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ମଧ୍ୟରେ ସୁପ୍ରିମକୋର୍ଟରେ ପ୍ରବଳ ଯୁକ୍ତିତର୍କ ହୋଇଛି। ଶୁଣାଣି ସମୟରେ କପିଲ ସିବଲ ଜୋର ଜୋରରେ ହସିବାକୁ ଲାଗିଥିଲେ। ଯାହାକୁ ନେଇ ତୁଷାର ମେହେଟ୍ଟା ରାଗିଯାଇଥିଲେ। ସେ କହିଥିଲେ, ଜଣେ ଯବୁତୀଙ୍କୁ ବଳାତ୍କାର କରାଯାଇଛି, ତାଙ୍କୁ ହତ୍ୟା କରାଯାଇଛି ଆଉ ତୁମେ କୋର୍ଟରେ ହସୁଛ। ଅନ୍ତତଃପକ୍ଷେ ହସ ନାହିଁ।

ସିଜେଆଇ ଡି ଓ୍ବାଇ ଚନ୍ଦ୍ରଚୂଡ ଡାକ୍ତରମାନଙ୍କୁ ନିବେଦନ କରି କହିଥିଲେ, ଆମେ ସମସ୍ତ ପ୍ରକାର କାର୍ଯ୍ୟରୁ ସୁରକ୍ଷା ଯୋଗାଇବୁ, ଆପଣ ସମସ୍ତେ କାମକୁ ଫେରନ୍ତୁ। ନ୍ୟାୟ ଏବଂ ଔଷଧ ବନ୍ଦ କରାଯିବ ନାହିଁ। AIIMS ଡାକ୍ତରମାନେ ୧୩ ଦିନ ହେଲା କାମରେ ନାହାଁନ୍ତି। ଏହା ଠିକ ନୁହେଁ। ରୋଗୀମାନେ ଚିକିତ୍ସା ପାଇଁ ବହୁ ଦୂରରୁ ଏଠାକୁ ଆସୁଛନ୍ତି।

ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବଳାତ୍କାର ଓ ହତ୍ୟା ସହ ଜଡିତ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରିବାରେ କୋଲକାତା ପୋଲିସର ଅବହେଳାକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଜଷ୍ଟିସ ପାରଦୀପୱାଲା କହିଛନ୍ତି ଯେ, ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ ହେବା ପୂର୍ବରୁ ପୋଷ୍ଟମର୍ଟମ କରିବା ଆଶ୍ଚର୍ଯ୍ୟଜନକ।

Share