କୋରାପୁଟ। ବୋରିଗୁମ୍ମା,୨୬।୧୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ): ଭିଜିଲାନ୍ସ ଜାଲରେ କୋରାପୁଟ ଜିଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଏଆରଆଇ। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଏଆରଆଇ ସୁରେନ୍ଦ୍ର କୁମାରଙ୍କ ଘରେ ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ ହୋଇଛି ା ଏହି ରେଡରେ ୩ଜଣ ଡିଏସପି, ୭ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ ସାମିଲ ହୋଇଛନ୍ତି। କୋରାପୁଟ ଜିଲାର ୮ ସ୍ଥାନରେ ଏକକାଳୀନ ଭାବେ ଚଢାଉ ଚାଲିଛି। ବୋରିଗୁମ୍ମାସ୍ଥିତ ୨ଟି ୨ ମହଲା କୋଠା, ସମ୍ପକୀୟ ଘର, ଝିଅ ରହୁଥିବା ଭଡା ଘରେ ଚଢାଉ ହୋଇଛିା ଏହା ସହ ରଣସପୁରସ୍ଥିତ ପୈତୃକ ଘର, ବୋରିଗୁମ୍ମା ମାର୍କେଟ କମ୍ପ୍ଲେସ ସହ କୁମୁଲି ଅଫିସ ଆଦି ୮ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ଶେଷ ଖବର ମୁତାବକ ତାଙ୍କଠାରୁ ଠାବ ହୋଇଥିବା ସାମଗ୍ରୀ ମଧ୍ୟରେ ୮ଟି ପ୍ଲଟ୍, ୧ଲକ୍ଷ ୫୫ ହଜାର ଟଙ୍କା, ୨ ହଜାର ବର୍ଗଫୁଟ ବିଶିଷ୍ଠ ୨ଟି ୨ ମହଲା କୋଠା, ୧୫୦ ଗ୍ରାମ ସୁନା , ୩ଟି ଚାରିଚକିଆ ଗାଡି ସମେତ ବହୁ ସାମଗ୍ରୀ ଠାବ ହୋଇଥିବା ଜଣାପଡିଛି ା
Posted inଆମ ଜିଲା ଖବର, କୋରାପୁଟ, ରାଜ୍ୟ