ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଲାଗି କିଭଳି ରହିବ ୨୦୨୫? ଜାଣନ୍ତୁ କ୍ୟାରିୟର, ବ୍ୟବସାୟ, ବୈବାହିକ ଜୀବନ ଆଦି ବିଷୟରେ…

ଆସୁଛି ନୂଆବର୍ଷ ୨୦୨୫। ଏହା ମେଷ ରାଶିର ଜାତକଧାରୀଙ୍କ ଲାଗି କିଭଳି ରହିବ ତାହା ଆଜିର ଆଲୋଚନାରେ ଜାଣିବା। ତେବେ ବୈଦିକ ଜ୍ୟୋତିଷ ଅନୁଯାୟୀ ମେଷ ରାଶିର ସ୍ବାମୀ ମଙ୍ଗଳ। ସେ ସାହସ ଏବଂ ପରାକ୍ରମର କାରକ।

ନୂଆ ବର୍ଷରେ ମେଷ ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ବେଶ ଭଲ ରହିବ। ଶନି, ଶୁକ୍ର ଏବଂ ଗୁରୁଙ୍କ ସ୍ଥିତି ଗୋଚର ସ୍ଥାନରେ ଭଲ ଥିବାରୁ ଧନ ସଞ୍ଚୟ କରିବେ। ଜାନୁଆରୀରେ ଆପଣ କୌଣସି ବାହନ ନଚେତ ଜମି କିଣିପାରିବେ।

କାମ ଏବଂ କ୍ୟାରିୟର ଦୃଷ୍ଟିରେ ମେଷ ରାଶିର ବ୍ୟକ୍ତିଙ୍କ ଲାଗି ଏହି ବର୍ଷ ଭଲ ରହିବ। ମାର୍ଚ୍ଚ ମାସ ପେରେ ଆପଣ ଚାକିରି ପରିବର୍ତ୍ତନ କରିପାରିବେ। ସେହିଭଳି ଚାକିରି, ବ୍ୟବସାୟ ଦୃଷ୍ଟିରୁ ଏହି ବର୍ଷ ଭଲ ରହିବ।

ଛାତ୍ରମାନଙ୍କ ଲାଗି ନୂଆବର୍ଷ ଶୁଭ ସାବ୍ୟସ୍ତ ହେବ। ବିଦେଶରେ ପାଠପଢ଼ାର ସୁଯୋଗ ମିଳିପାରେ। ଶନିଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

ବୈବାହିକ ଜୀବନ ଏବଂ ଲଭ୍‌ ଲାଇଫ୍‌କୁ ନେଇ ୨୦୨୫ ଭଲ ରହିବ। ଏହି ବର୍ଷ ଆରମ୍ଭରେ ଶନି ଏବଂ ଶୁକ୍ରଙ୍କ ଚଳନକୁ ନେଇ ବୈବାହିକ ଜୀବନ ଏବଂ ଲଭ ଲାଇଫ ଭଲ ରହିବ। ସେହିଭଳି ଗୁରୁ ବୃହସ୍ପତିଙ୍କ ସ୍ଥିତି ଯୋଗୁ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ତାଳମେଳ ଭଲ ରହିବ। ଯେଉଁମାନେ ଅବିବାହିତ ସେମାନେ ଫେବୃଆରୀ ପରେ ବିବାହ ଯୋଗ ରହିଛି। ଯେଉଁମାନେ ସନ୍ତାନ ଚାହୁଁଛନ୍ତି, ସେମାନଙ୍କ ଆଶା ପୂରଣ ହୋଇପାରେ।

ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଲାଗି ୨୦୨୫ରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବଡ଼ ସମସ୍ୟା ରହିବ ନାହିଁ। କେବଳ ଜାନୁଆରୀରୁ ମେ’ ମାସ ଯାଏ ସ୍ବାସ୍ଥ୍ୟର ଧ୍ୟାନ ରଖିବେ। କଫ, ତଣ୍ଟି ଏବଂ ଛାତି ସମ୍ବନ୍ଧୀୟ ରୋଗ ହୋଇପାରେ। ସେହିଭଳି ପାଦ ଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।

ମେଷ ରାଶିର ବ୍ୟକ୍ତିବିଶେଷ ପ୍ରତି ମଙ୍ଗଳବାର ଏବଂ ଶନିବାର ହନୁମାନ ଚାଳିଶା ପାଠ କରନ୍ତୁ। ଏହାଛଡ଼ା ଶନିଦେବଙ୍କ ଆରାଧନା କରନ୍ତୁ। ଦୀପ ଜାଳନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ସୌନ୍ଦର୍ଯ୍ୟ ନୁହେଁ, ଘରର ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

ଅସୁବିଧାରେ ପଡ଼ି ଋଣ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି…

ବେଳେବେଳେ ଅସୁବିଧାରେ ପଡିଲେ, ମଣିଷ ଋଣ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍‌ ଏହା ବୋଝ...

ବାସି ମୁହଁରେ ପାଣି ପିଇଲେ ମିଳିଥାଏ ଏହି ୪ ବଡ଼ ଲାଭ, ପ୍ରଭାବ ଜାଣିଲେ…

ସକାଳର ଏମିତି କିଛି ଅଭ୍ୟାସ, ଅନେକ ଦିଗରେ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ। ଯଦି ଖାଦ୍ୟ ଠିକ୍‌ ଥାଏ, ତେବେ ସ୍ବାସ୍ଥ୍ୟ ଭଲ ରହିଥାଏ; କିନ୍ତୁ ଯଦି ...

ଡାଏଟ୍‌ରେ ସାମିଲ୍‌ କରନ୍ତୁ ଏହି ୫ ଚଟଣି, ସ୍ବାଦ ସହିତ ସ୍ବାସ୍ଥ୍ୟ ପାଇଁ ଉପକାରୀ

ଆମ ଭାରତୀୟ ଖାଦ୍ୟରେ ଚଟଣି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରେ ତାହା ନୁହେଁ ବରଂ ସ୍ବାସ୍ଥ୍ୟ...

ପିଲାଙ୍କର ପଢ଼ାରେ ଜମା ମନ ଲାଗୁନାହିଁ କି? ଆପଣାନ୍ତୁ ଏଭଳି କିଛି ଉପାୟ …

କିଛି ପିଲାଙ୍କର ପାଠରେ ବେଶ୍‌ ଆଗ୍ରହ ଥାଏ ତ ଆଉ କିଛି ପିଲାଙ୍କର ପଢ଼ାରେ ଜମା ମନ ଲାଗେନି। ପାଠ ନାଁ ଶୁଣିଲେ ସେମାନେ ମୁହଁ...

ବଜାରରୁ ଆଣିଥିବା ପନିର ଅସଲି କି ନକଲି କିଭଳି ଜାଣିବେ? ଆପଣାନ୍ତୁ ଏଭଳି ସହଜ ଉପାୟ…

ଆଜିକାଲି ସମୟରେ ବଜାରରେ ଚାଉଳଠାରୁ ଆରମ୍ଭ କରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନକଲି ମିଳୁଛି। ଫଳରେ ଲୋକେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଭଳି...

ଖାଇବା ପରେ ୧୦ମିନିଟ୍‌ ପର୍ଯ୍ୟନ୍ତ ଚୋବାନ୍ତୁ ପାନପତ୍ର, ଅନେକ ସମସ୍ୟାରୁ ମିଳିବ ମୁକ୍ତି

ଅଧିକାଂଶ ଭାରତୀୟ ଖାଦ୍ୟ ପରେ କିଛି ମିଠା ଖାଇବାକୁ ପସନ୍ଦ କରନ୍ତି। ତଥାପି ମିଠା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ଏପରି ପରିସ୍ଥିତିରେ, ସୁସ୍ଥ ଉପାୟରେ...

ମୋଟାପଣ ଦୂର କରିବା ପାଇଁ ଗ୍ରୀନ୍‌ ଟି, ଜାଣନ୍ତୁ ଦିନକୁ କେତେଥର ପିଇବା ଉଚିତ

ଗ୍ରୀନ୍‌-ଟି ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହାକୁ ନିୟମିତ ଭାବରେ ସେବନ କରିବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି, ଆପଣଙ୍କ ଚର୍ମକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image