Categories: ଜାତୀୟ

ଦକ୍ଷିଣ ଚୀନ ସାଗର ବିବାଦକୁ ନେଇ ଭାରତ ରଖିଲା ଆଭିମୁଖ୍ୟ, ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଦାବି

ନୂଆଦିଲ୍ଲୀ,୧୨।୮:ଦକ୍ଷିଣ ଚୀନ ସାଗରରେ ଚାଇନା ଓ ଫିଲିପାଇନ୍ସ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଭାରତ ପୁଣି ନିଜର ଆଭ୍‌ିମୁଖ୍ୟ ପ୍ରକାଶ କରିଛି। ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଆହ୍ବନ କରିଛି।

ସୂଚନାଯୋଗ୍ୟ, ନିକଟରେ ଦକ୍ଷିଣ ଚୀନ ସାଗରରେ ଫିଲିପାଇନ୍ସ ଏବଂ ଚାଇନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।
ଏହାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଶାନ୍ତ ସମାଧାନ ପାଇଁ ଭାରତ ସର୍ବଦା ଚେଷ୍ଟାରତ। ଏହି ପ୍ରସଙ୍ଗରେ ଆମର ଆଭିମୁଖ୍ୟ ସ୍ପଷ୍ଟ ଯେ, ଉଭୟ ଦେଶ ଅନ୍ତର୍ଜାତୀୟ ନିୟମ ଅନୁସରଣ କରିବା ଉଚିତ। ଭାରତ ଆଶା ପ୍ରକଟ କରୁଛି ଯେ ଚାଇନା ଭାରତୀୟ ସାମ୍ବାଦିକମାନଙ୍କୁ ଚାଇନାରେ ରହି ରିପୋର୍ଟ କରିପାରିବା ପାଇଁ ଅନୁମତି ଦେବ ବୋଲି ସେ କହିଛନ୍ତି।

Share