ଭୁବନେଶ୍ୱର,୧୭ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ୨୦୧୧ ବ୍ୟାଚ୍ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆ। ସେହିପରି ୨୦୧୨ ବ୍ୟାଚ୍ ଆଇଏଏସ ଅଫିସର ଜଗତସିଂହପୁର ଜିଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଦୁହିଁଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାପରେ ଯୁଗ୍ମ ସଚିବ ଭାବେ ତ୍ରିଲୋଚନ ମହାନ୍ତିଙ୍କୁ ଏବଂ ବିନୋଦ ବିହାରୀ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁସଚିବ ଭାବେ ନିଯୁକ୍ତ କରାଯାଇଛି।
ସେହିପରି ଓଏଫ୍ଏସ୍ ତଥା ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ବରିଷ୍ଠ ଓଏଏସ୍ ଅଫିସର ତଥା ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଚିତ୍ରସେନ ରାଉତଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।