ହାରିଗଲେ ଅରିନ୍ଦମ: ସାଲେପୁରରେ ପ୍ରଶାନ୍ତ ବିଜୟୀ

କଟକ,୪।୬: ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ୍‌ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ ଅରିନ୍ଦମ ଆଗୁଆ ଥିଲେ। ଶେଷରେ ପ୍ରଶାନ୍ତ ବାଜି ମାରି ନେଇଥିଲେ।

Share