Posted inଜାତୀୟ

ସାମ୍ନାକୁ ଆସିଲା ଆର୍‌ଜି କର ମେଡିକାଲ କଲେଜର ବଡ଼ ଗୁମର: ସନ୍ଦୀପ ଘୋଷ ଆସିବା ପରେ ବଦଳି ଯାଇଥିଲା ସବୁକିଛି…

କୋଲକାତା,୮।୨୪: କୋଲକାତା ଲଜ୍ଜା ଘଟଣାରେ ଆର୍‌ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଗୁମର ଧିରେଧିରେ ପଦାରେ ପଡ଼ୁଛି। ଏ ନେଇ ଗଣମାଧ୍ୟମ ଆଗରେ   ଆର୍‌ଜି କର୍‌ ମେଡିକାଲର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲ୍ଲୀ ପ୍ରତିକ୍ରିୟା ରଖିଛନ୍ତି।
ଝିଅ ଏବଂ ଅଙ୍ଗ ଚୋରାଚଲାଣ ସାମିଲ ଥିବା ସେ କହିଛନ୍ତି। ସନ୍ଦୀପ ଆସିବା ପୂର୍ବରୁ ଆର୍‌ଜି କର୍‌ ପୂରା ଠିକ ଚାଲିଥିଲା।୨୦୨୧ ଜାନୁଆରୀରେ ସନ୍ଦୀପ ଆସିବା ପରେ ସବୁ ବଦଳିଯାଇଥିଲା। ପିଲାମାନଙ୍କୁ ଧମକ ଦେବା, ହଇରାଣ କରିବା ରୀତିମତ ଚାଲିଥିଲା।  ନିର୍ଦ୍ଦିଷ୍ଟ କିଛି ଛାତ୍ରଙ୍କୁ ହାତରେ ରଖି ସେ  ଅରାଜକତା ଚଳାଇଲେ।  ତାଙ୍କର କିଛି ବନ୍ଧୁ ଓ ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀ ଝିଅ ଆଣି ଆସୁଥିଲେ। ଆର୍‌ଜି କର ଗେଷ୍ଟହାଉସ୍‌କୁ ଝିଅ ଆଣି ଯୋଗାଇ ଦେଉଥିଲେ।
ଅନ୍ୟପକ୍ଷେ ସେ ମୃତଦେହ ଚୋରା ଚାଲାଣ କରୁଥିବା  ମଧ୍ୟ ଅଭିଯୋଗ ଆସିଥିଲା। ବହୁତ ଛାତ୍ରୀଛାତ୍ରଙ୍କ କ୍ୟାରିଅର ବରବାଦ କରିଦେଇଥିଲେ ସନ୍ଦୀପ। ଏସବୁ ଅଭିଯୋଗ ନେଇ ମୁଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲି। ହାଇକୋର୍ଟ ଆବେଦନ ଗ୍ରହଣ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ସନ୍ଦୀପ ଘୋଷ ପଲିଗ୍ରାଫ୍‌ ଟେଷ୍ଟ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ କରାଯାଇଥିଲା। ସିବିଆଇ ତାଙ୍କୁ ମୋଟ ୨୫ଟି ପ୍ରଶ୍ନ ପଚାରିଥିଲା। ଏହି ପ୍ରଶ୍ନ ଗୁଡିକ ମଧ୍ୟରେ ଥିଲା, ଆପଣଙ୍କ ନାଁ କ’ଣ, ଆପଣ କେତୋଟି ମୋବାଇଲ ବ୍ୟବହାର କରନ୍ତି, ମୋବାଇଲ ନମ୍ବର କ’ଣ, ଆପଣଙ୍କ ଜନ୍ମ କୋଲାକାତାରେ କି ନା, ଘଟଣା ଦିନ ଆପଣ ହସ୍ପିଟାଲରେ ଥିଲେ କି ନା। ଏହିପରି ୨୫ ଟି ପ୍ରଶ୍ନ କରାଯାଇଛି ସନ୍ଦୀପ ଘୋଷଙ୍କୁ।

Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ହେବାକୁ ଥିଲା କ୍ୱାଡ୍‌ ସମ୍ମିଳନୀ, ଶେଷ ମୁହୂର୍ତ୍ତରେ କାହିଁକି ହେଲା ଆମେରିକାରେ ଜାଣନ୍ତୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଗସ୍ତରେ ଯାଇ ‘କ୍ୱାଡ୍‌ ସମ୍ମିଳନୀ’ରେ ଯୋଗ ଦେଇଛନ୍ତି। ଏହି ଅବଧି ମଧ୍ୟରେ ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ...

ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ରହିବ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଗସ୍ତ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ...

କେନ୍ଦ୍ରକୁ ହାଇକୋର୍ଟ ଝଟକା: ସରକାର ଫେକ୍‌ ନ୍ୟୁଜ୍‌ର ସଂଜ୍ଞା ନିରୂପଣ କରିପାରିବେ ନାହିଁ

ମୁମ୍ବାଇ,୨୧ା୯:ସୂଚନା ଓ ପ୍ରଯୁକ୍ତି (ଆଇଟି) ଆଇନ ଅଧୀନରେ ଫ୍ୟାକ୍ଟ ଚେକିଂ ୟୁନିଟ୍‌ (ଏଫ୍‌ସିୟୁ) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ଉଦ୍ୟମକୁ ଝଟ୍‌କା ଲାଗିଛି।...

ଅସୁରକ୍ଷିତ ଖାଦ୍ୟ: ବର୍ଷକୁ ୪.୨ ଲକ୍ଷ ମୃତ୍ୟୁ

ନୂଆଦିଲ୍ଲୀ,୨୧ା୯: ବିଶ୍ୱରେ ଅସୁକ୍ଷିତ ଖାଦ୍ୟ ଖାଇ ପ୍ରତିବର୍ଷ ୬୦୦ ନିୟୁତ ଲୋକ ରୋଗଗ୍ରସ୍ତ ହେଉଥିବାବେଳେ ୪ ଲକ୍ଷ ୨୦ ହଜାର ପ୍ରାଣ ହରାଉଛନ୍ତି। ଅସୁରକ୍ଷିତ ଖାଦ୍ୟ...

ପାକ୍‌ ମନ୍ତବ୍ୟ: ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା

ନୂଆଦିଲ୍ଲୀ,୨୧ା୯: କର୍ନାଟକ ହାଇକୋର୍ଟର ବିଚାରପତି ବେଦବ୍ୟାସଚାର ଶ୍ରୀଶାନନ୍ଦ ନିକଟରେ ଏକ ମାମଲାର ଶୁଣାଣି ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ରାଜ୍ୟର ମୁଖ୍ୟ ବିଚାରପତିଙ୍କଠାରୁ...

ଲୋକଙ୍କ ଆସ୍ଥା ସହ ଖେଳ

ନୂଆଦିଲ୍ଲୀ,୨୧ା୯: ତିରୁପତି ଲଡ଼ୁରେ ବ୍ୟବହୃତ ଘିଅରେ ଗୋରୁ ଚର୍ବି ଏବଂ ମାଛ ତେଲ ରହିଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଶୁକ୍ରବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌....

ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ,୨୦ା୯ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ...

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri