ଏହି ସୁନ୍ଦରୀଙ୍କ ସରଳତା ଦେଖି ବୋଲ୍ଡ ହୋଇଥିଲେ ଅର୍ଜୁନ ବିଜଲାନୀ: ୮ ବର୍ଷ ଡେଟ୍‌ କରିବା ପରେ…

ବମ୍ବେ: ପ୍ରଥମ ଦେଖାରେ ପ୍ରେମ କେବଳ ସିନେମାରେ ହୁଏ ବୋଲି କୁହାଯାଏ। ହେଲେ ଟେଲି ପରଦାର ସୁପରଷ୍ଟାର ଅର୍ଜୁନ ବିଜଲାନୀ ଏହି ଉକ୍ତିକୁ ଭୁଲ ପ୍ରମାଣିତ କରିଛନ୍ତି। କାରଣ ପ୍ରଥମ ଦେଖାରେ ହିଁ ନେହା ସ୍ବାମୀଙ୍କ ପ୍ରେମରେ ପଡ଼ିଯାଇଥିଲେ ସେ।

ନେହାକୁ ଏକ ପାର୍ଟିରେ ଦେଖିଥିଲେ ଅର୍ଜୁନ। ଜଣେ ବନ୍ଧୁ ତାଙ୍କୁ ନେହାଙ୍କ ସହ ଭେଟ କରାଇଥିଲେ। ପ୍ରଥମ ଦେଖାରେ ହିଁ ନେହାଙ୍କ ସରଳତା ଅର୍ଜୁନଙ୍କ ମନ କିଣି ନେଇଥିଲା। ପରେ ୮ ବର୍ଷ ଧରି ଉଭୟଙ୍କ ପ୍ରେମ ଗାଡ଼ି ଚାଲିଥିଲା। ୨୦୧୩ରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୫ରେ ତାଙ୍କ ପୁତ୍ର ଅୟାନ ଜନ୍ମଗ୍ରହଣ କରିଛି।

ଧାରାବାହିକ ‘ନାଗିନ’ ଜରିଆରେ ଘରେ ଘରେ ପରିଚିତ ଅର୍ଜୁନ ବଲିଉଡ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ୨୦୧୬ରେ ତାଙ୍କ ଫିଲ୍ମ ଡାଇରେକ୍ଟ ଇସ୍କ ରିଲିଜ ହୋଇଥିଲା। ପରେ ‘ଫୁଲ୍ଲ ଫୁକରେ’ରେ ମଧ୍ୟ ସେ କାମ କରିଥିଲେ।

Share